ହାତ ପାଇଲେ ଜଗନ୍ନାଥ

କୃତ୍ରିମ ହାତ ପାଇବା ପରେ ଖୁସିରେ ଅାତ୍ମହରା ଦିବ୍ୟାଙ୍ଗ

କିଛି ଦିନ ତଳେ ଦିବ୍ୟାଙ୍ଗର ପରିଚୟ ନେଇ ଜୀବନ ବିତାଉଥିଲେ ଜଗନ୍ନାଥ। ସାଧାରଣ ଜୀବନ ବିତାଇବା ତାଙ୍କୁ ଯେମିତି ବୋଝ ଲାଗୁଥିଲା। ଏବେ କିନ୍ତୁ ନିଜ ଜୀବନକୁ ନେଇ ସେ ବହୁତ ଖୁସି। କାରଣ ଦୁର୍ଘଟଣାରେ ହରାଇଥିବା ଗୋଟିଏ ହାତର ସ୍ଥାନ ନେଇଛି କୃତ୍ରିମ ହାତ। ଏହାକୁ ନେଇ ଜଗନ୍ନାଥଙ୍କ ଖୁସିର ସୀମା ନାହିଁ।

୧୫ ବର୍ଷ ତଳେ ଏକ ଦୁର୍ଘଟଣାରେ ହାତ ହରାଇଥିଲେ କବିସୂର୍ଯ୍ୟନଗରର ଜଗନ୍ନାଥ ନାହକ। ବ୍ରହ୍ମପୁର ବଡ଼ ମେଡିକାଲରେ ଆୟୋଜିତ ସକ୍ଷମ ଶିବିରରୁ ତାଙ୍କୁ ନୂଆ ହାତ ମିଳିବା ପରେ ସେ ବେଶ ଖୁସି ଅଛନ୍ତି।

ସେହିଭଳି ଆଉଜଣେ ଜଗନ୍ନାଥ ଆସିଥିଲେ ଜୟପୁର ସହରରୁ। ବୟସ ମାତ୍ର ୧୨ ବର୍ଷ। ଜନ୍ମରୁ ସେ ହିଁ ଡାହାଣ ହାତ ହରାଇଥିଲେ। ତେବେ ସିଏ ବି ସକ୍ଷମ ଶିବିରରୁ କୃତ୍ରିମ ହାତ ପାଇବା ପରେ ଖୁସିରେ ବିଭୋର ହୋଇପଡ଼ିଛନ୍ତି। ହାତରେ ପାନିଆ ଧରିବା ଠାରୁ ଆରମ୍ଭ କରି ଅନ୍ୟ କାମ ବି କରି ପାରୁଛନ୍ତି।

କେବଳ ଦୁଇ ଜଗନ୍ନାଥ କାହିଁକି ରୋଟାରୀ କ୍ଲବ୍ ପକ୍ଷରୁ ଆୟୋଜିତ ଏହି ଶିବିରରେ ୨୫୦ରୁ ଅଧିକ ଦିବ୍ୟାଙ୍ଗ କୃତ୍ରିମ ହାତ ପାଇଛନ୍ତି।

You might also like
Comments
Loading...