• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଟକ SCBରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରିବ ଜଗା
SCBରେ ଚିକିତ୍ସାଧୀନ ଥିବା ଜଗାକୁ ଫୁଲବାଣୀ ନେବାକୁ ହୋଇଛି ନିଷ୍ପତ୍ତି
SCBରେ ପହଞ୍ଚିଛନ୍ତି ଫୁଲବାଣୀ ମେଡିକାଲର ୨ ଜଣିଆ ଟିମ୍
କଟକ SCB କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ଫୁଲବାଣୀ ଡାକ୍ତରୀ ଟିମ୍
ଆଲୋଚନା ପରେ ଜଗାର ଫେରିବା ନେଇ ପ୍ରକ୍ରିୟା ଆରମ୍ଭ ହେବ

ଫୁଲବାଣୀ (ତ୍ରିନାଥ ସାହୁ):  ଜଗା ଫେରିବ କନ୍ଧମାଳ ! ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗାକୁ ନିଜ ଜନ୍ମମାଟିକୁ ଫେରାଇ ନେବାକୁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।  କଟକ SCB ମେଡିକାଲରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରିଯିବ ଜଗା । ତେବେ ଏଥିପାଇଁ ଏସସିବି ଆସୁଛନ୍ତି ଫୁଲବାଣୀ ମେଡିକାଲର ୨ ଜଣିଆ ଟିମ୍  ।ଆଜି ସକାଳୁ ଏହି ଟିମ୍ କଟକ ଅଭିମୁଖେ ବାହାରିଛନ୍ତି ।

ଏସସିବି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଜଗା ଫେରିବା ନେଇ ପ୍ରକ୍ରିୟା ଆରମ୍ଭ କରାଯିବ। ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱତନ୍ତ୍ର କୋଠରୀରେ ଏକ କ୍ୟାବିନ୍ ପ୍ରସ୍ତୁତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଫୁଲବାଣୀ ଏଡିଏମ୍ ଅଭୟ ପଟ୍ଟନାୟକ । କନ୍ଧମାଳ ଫିରିଙ୍ଗିଆ ମେଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଥିଲେ ଜଗା କାଳିଆ । ଦିଲ୍ଲୀ ଏମ୍ସରେ ସଫଳ ଅସ୍ତ୍ରୋପଚାର ପରେ ପରସ୍ପର ଠାରୁ ଅଲଗା ହୋଇଥିଲେ ।


ସୂଚନାଯୋଗ୍ୟ ଦିଲ୍ଲୀ ଏମ୍ସରୁ ଆସି କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ଗତ ବର୍ଷ ନଭେମ୍ବର ୨୫ ତାରିଖରେ କାଳିଆ ଆଖି ବୁଜିଥିଲା । ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି କରାଯାଇଥିଲା। ଅପରେଶନ ପାଇଁ ଗଠନ କରାଯାଇଥିଲା ଅଭିଜ୍ଞ ଡାକ୍ତରୀ ଟିମ୍। ଅନେକ କଠିନ ପରିଶ୍ରମ ପରେ ଯୋଡ଼ାମୁଣ୍ଡ ଭାଇଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିଲା। ଏହାପରେ ଦିଲ୍ଲୀରେ କିଛି ସମୟ ରହିବା ପରେ ୨୦୧୯ ସେପ୍ଟେମ୍ବର ୭ ତାରିଖରେ ଓଡ଼ିଶା ଫେରିଥିଲେ ଜଗା- କାଳିଆ।

ଆଉ ତା’ପରେ ଏସ୍‌ସିବିରେ ତାଙ୍କର ଚିକିତ୍ସା ପାଇଁ ୧୬ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମଧ୍ୟ ଗଠନ କରାଯାଇଥିଲା। ସେବେଠାରୁ ସେମାନେ ଏସ୍‌ସିବି ଡାକ୍ତର ଖାନାରେ ରହି ଚିକିତ୍ସିତ ହେଉଥିଲେ। ଜଗା କ୍ରମେ ସୁସ୍ଥ ହୋଇଥିଲେ ବି କାଳିଆ ଅବସ୍ଥା ସୁଧୁରି ନଥିଲା। ସେପ୍ଟେମ୍ବର ୨୬ ତାରିଖରେ କାଳିଆ ଗରୁତର ହୋଇପଡ଼ିଥିଲା। ଏହାପରେ ତାକୁ ଭେଣ୍ଟିଲେଟରରେ ମଧ୍ୟ ରଖାଯାଇଥିଲା। ଶେଷରେ ଅନେକ ଚେଷ୍ଟା ପରେ ବି କାଳିଆକୁ ବଞ୍ଚେଇ ପାରିଲେନି ଡାକ୍ତରୀ ଟିମ୍, ଭାଇ  ଜଗାକୁ ଛାଡ଼ି ଆରପାରିକୁ ଚାଲିଯାଇଥିଲା କାଳିଆ।

Jaga-will-return-to-kandhamal
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories