• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଏବେ ସମ୍ପୂର୍ଣ୍ଣ ସୁସ୍ଥ । ଆଇସିୟୁ କିମ୍ବା ସ୍ୱତନ୍ତ୍ର ଚିକିତ୍ସା ତାଙ୍କର ଆଉ ଆବଶ୍ୟକ ନାହିଁ। ସେ ଏବେ ଘରକୁ ଫେରିପାରିବେ। ଏକଥା କହିଛନ୍ତି ଦିଲ୍ଲୀ ଏମ୍ସରେ ଉଭୟଙ୍କୁ ଚିକିତ୍ସା କରୁଥିବା ଡାକ୍ତର।

ସରକାରୀ ସୂତ୍ର ଅନୁଯାୟୀ, ଜୁନ୍‌ ଶେଷ ସପ୍ତାହରେ ସେମାନଙ୍କୁ ଡିସ୍‌ଚାର୍ଜ କରି ଦିଆଯାଇ ପାରେ। ନିକଟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଟିମ୍‌ ଏହି ଯମଜ ଭାଇଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ବୁଝିବା ପାଇଁ ଦିଲ୍ଲୀ ଯାଇଥିଲେ। ଜଗା-କାଳିଆ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ରାଜ୍ୟକୁ ଫେରି ଯାଇ ପାରିବେ ବୋଲି ଡାକ୍ତର ଏହି ଟିମ୍‌କୁ କହିଛନ୍ତି।

ତେବେ ଖରା ଓ ଗରମକୁ ଦୃଷ୍ଟିରେ ରଖି ସେମାନଙ୍କୁ ବିମାନରେ ଓଡ଼ିଶା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ସୂଚନା ଥାଉ କି, ଜଗା-କାଳିଆ ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବାବେଳେ ଓଟିଭି ପ୍ରଥମେ ଏହି ଦୁଇ ଭାଇଙ୍କ ସମ୍ପର୍କରେ ଖବର ପ୍ରସାରଣ କରିଥିଲା। ଏହାପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଉଭୟଙ୍କ ଚିକତ୍ସା ପାଇଁ ସହାୟତାର ହାତ ବଢ଼ାଇଥିଲେ। ଚିକିତ୍ସା ପାଇଁ ଉଭୟଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା ଏବଂ ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିଥିଲେ।

Jaga-kalia-are-well-now-will-come-back-soon
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories