‘ଜୟ ଜଗନ୍ନାଥ’ କହିବା ଆମ ସଂସ୍କାର: ସମ୍ବିତ ପାତ୍ର

ପୁରୀ(ମଧୁସୂଦନ ମିଶ୍ର): ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ରଙ୍କ ବିରୋଧରେ ଥାନାରେ ହୋଇଥିବା ମାମଲା ସମ୍ପର୍କରେ ସେ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି,  ‘ଜୟ ଜଗନ୍ନାଥ’ କହିବା ଆମ ସଂସ୍କାର। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ସେ ଅଧ୍ୟୟନ କରିବେ। ସେହିପରି ଜଗନ୍ନାଥଙ୍କୁ ଧରି ସେ ପ୍ରଚାର କରି ନ ଥିବା କହିଛନ୍ତି।

ସମ୍ବିତ ପାତ୍ର ନିର୍ବାଚନ ପ୍ରଚାର ଗାଡିରେ ‘ଜଗନ୍ନାଥ ଡାକିଛନ୍ତି’ ଲେଖି ମହାପ୍ରଭୁଙ୍କ ନାଁକୁ ବ୍ୟବହାର ଓ ଏଥିସହ ବିଗତ ଦିନ ମାନଙ୍କରେ ହୋଇଥିବା ସମ୍ବିତଙ୍କ ଅନେକ ଶୋଭାଯାତ୍ରା ବିନା ଅନୁମତିରେ ହୋଇଥିବାରୁ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ବିରୋଧରେ ପୁରୀ ସମୁଦ୍ରକୂଳ ଥାନାରେ ମାମଲା ରୁଜୁ ହୋଇଛି।

 

You might also like