ବ୍ୟାଟେରୀ ସାଇକେଲ ତିଆରି କଲେ ଆଇଟିଆଇ ଛାତ୍ର

ବ୍ରହ୍ମପୁର  : ବ୍ରହ୍ମପୁର ସରକାରୀ ଆଇଟିଆଇର ଫିଟର ଛାତ୍ର ଦେଖାଇଛନ୍ତି କମାଲ।  ଫିଟର ଛାତ୍ର ଆଦିତ୍ୟ ବେହେରା ତିଆରି କରିଛନ୍ତି ଏକ ବ୍ୟାଟେରୀ ସାଇକେଲ।  ଯେଉଁଥିରେ ଦୁଇଟି ବ୍ୟାଟେରୀ ସହ ଏକ ମୋଟର ଲଗାଯାଇଛି।

ଏହି ସାଇକେଲରେ ଲାଗିଥିବା ବ୍ୟାଟେରୀ ୩ ଘଣ୍ଟା ଚାର୍ଜ କଲେ, ୨୦ କିମି ପର୍ଯ୍ୟନ୍ତ ସାଇକେଲଟି ଗଡ଼ିପାରୁଛି । ୟୁଟ୍ୟୁବରେ ବ୍ୟାଟେରୀ ସାଇକେଲ ଦେଖି ସେ ନିଜେ ଏଭଳି କରିବା ପାଇଁ ପ୍ରେରଣା ପାଇଛନ୍ତି ବୋଲି କହିଛନ୍ତି ଆଦିତ୍ୟ ବେହେରା। ଆଇଟିଆଇ ଫିଟର ଇନଷ୍ଟ୍ରକ୍ଟରଙ୍କ ସହଯୋଗରେ ଏହି ସାଇକେଲ ତିଆରି କରି ପାରିଛନ୍ତି । ପେଟ୍ରୋଲ, ଡିଜେଲ ଦର ଯେଭଳି ବୃଦ୍ଧି ପାଉଛି, ଲୋକେ ବହୁତ ଚିନ୍ତାରେ ପଡିଯାଇଛନ୍ତି। ଏଣୁ ଏହା ଭିତରେ ଏଭଳି ସାଇକେଲ ନିଶ୍ଚୟ ଲୋକଙ୍କୁ ସାହାଯ୍ୟ କରିବ।

 

You might also like