• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ମାଲକାନଗିରି : ଦେବଦୂତ ସାଜିଲେ ଯବାନ। ଗର୍ଭବତୀଙ୍କୁ କାନ୍ଧରେ ବୋହି ବୋହି ନେଲେ ପ୍ରାୟ ୭ କିଲୋମିଟର। ମାଲକାନଗିରି ସୀମାନ୍ତ ଛତିଶଗଡ଼ର କୋଣ୍ଡାଗାଁରେ ଏଭଳି ମାନବିକତାର ପରିଚୟ ଦେଇଛନ୍ତି  ଅାଇଟିବିପି ଯବାନ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ୪୧ ବାଟାଲିୟନ ଅାଇଟିବିପି କ୍ୟାମ୍ପର ଯବାନ ମାନେ କମ୍ବିଂ ଅପରେସନ ପାଇଁ ହରିଜନପଡା ଜଙ୍ଗଲକୁ ବାହାରିଥିଲେ।  ଏହି ସମୟରେ  ସେହି ଗାଁର ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଥିବା ଖବର ପାଇଥିଲେ।

ସେହି ଦୁର୍ଗମ ଅଂଚଳରେ ଗର୍ଭବତୀଙ୍କୁ ଗାଡ଼ିରେ ହସ୍ପିଟାଲ ନେବାର ସୁବିଧା ନଥିଲା ତେଣୁ ଯବାନମାନେ ମହିଳାଙ୍କୁ ଭାରରେ ବୋହି ଅାଇଟିବିପି କ୍ୟାମ୍ପକୁ ଅାଣିଥିଲେ। କ୍ୟାମ୍ପରେ ଡାକ୍ତର ତାଙ୍କ ପ୍ରସବ କରାଇଥିଲେ। ପ୍ରସୂତୀଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ତେବେ ପ୍ରସବ ପରେ ଉଭୟ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନିଜ ଅାମ୍ବୁଲାନ୍ସରେ କୋଣ୍ଡା ଗାଁସ୍ଥିତ ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ।

Itbp-jawans-carry-pregnant-woman-to-hospital-for-7-kms-in-malkangiri
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories