• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଜଣେ ଶିଶୁକନ୍ୟାକୁ ଇଟାଲୀୟ ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଆଇନ୍‌ ଅନୁଯାୟୀ ସମସ୍ତ ଯାଞ୍ଚ ପରେ ଶିଶୁକନ୍ୟାକୁ ଗତକାଲି ଏହି ଦମ୍ପତିଙ୍କୁ ହସ୍ତାନ୍ତର କରାଯାଇଥିଲା।

ସୂଚନାଥାଉ କି, ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ ସମୟରେ ଜିଲ୍ଲାରେ ବିଭିନ୍ନ ଜାଗାରୁ ପରିତ୍ୟକ୍ତ ଭାବେ ପଡ଼ିଥିବା ଶିଶୁ ମାନଙ୍କୁ ଅଣାଯାଇ ଜିଲ୍ଲା ପ୍ରଶାସନ ପୋଷ୍ୟ ଗ୍ରହଣ କେନ୍ଦ୍ରରେ ସୁରକ୍ଷିତ ଭାବେ ରଖିଥିଲା।

ତେବେ ଆଇନ୍‌ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ କିଛି ଦମ୍ପତି ‌ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ସମସ୍ତ ଯାଞ୍ଚ କରାଯାଇ ୩ କନ୍ୟାରତ୍ନଙ୍କୁ ଆବେଦନ କରିଥିବା ଦମ୍ପତିଙ୍କୁ ଗତକାଲି ହସ୍ତାନ୍ତର କରାଯାଇଛି। ଦୁଇ ଜଣ ଶିଶୁଙ୍କୁ ପଶ୍ଚିମବଙ୍ଗର ୨ ଦମ୍ପତିଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଅନ୍ୟ ଜଣେ ଶିଶୁଙ୍କୁ ଇଟାଲୀରେ ରହୁଥିବା ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି।

https://youtu.be/_CFa6hP8QFU

କନ୍ୟାରତ୍ନକୁ କୋଳରେ ପାଇ  ଇଟାଲୀରୁ ଆସିଥିବା ଏହି ଦମ୍ପତି ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି।

Italy-couple-adopts-girl-child-in-odishas-gajapati
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories