୩ ବର୍ଷର ଅପେକ୍ଷା ପରେ ଗଞ୍ଜାମର ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଇଟାଲୀୟ ଦମ୍ପତି

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉତ୍କଳ ବାଳାଶ୍ରମର ଜଣେ ଅନାଥ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଇଟାଲୀୟ ଦମ୍ପତି ନିକୋଲା ଗାମ୍ବାରୋ ଓ ଏଲିସା ୟୁବେଜିଓ ଗ୍ରହଣ କରିଛନ୍ତି।

ସ୍ପେଶାଲ୍‌ ଆଡପସନ୍‌ ଏଜେନ୍ସି ମାଧ୍ୟମରେ ଇଟାଲୀୟ ଦମ୍ପତିଙ୍କ ପୋଷ୍ୟତା ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ୍ କରାଯାଇଥିଲା। ଏନେଇ ଜାଣିବା ପରେ ଇଟାଲିର ଏହି  ଦମ୍ପତି ଶିଶୁଟିକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଚାହିଁଥିଲେ। ୩ ବର୍ଷର ଅପେକ୍ଷା ପରେ ଶେଷରେ ଶିଶୁଟିକୁ ଗତକାଲି ପୋଷ୍ୟ ସନ୍ତାନ ଭାବେ ଇଟାଲି ଜେନୋଭା ସହରର ନିକୋଲା ଓ ତାଙ୍କ ପତ୍ନୀ ଏଲିସା ଗ୍ରହଣ କରିଛନ୍ତି।

ସମସ୍ତ ଦସ୍ତାବିଜ କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ କରିବା ପରେ ଶିଶୁଟିକୁ ଇଟାଲୀୟ ଦମ୍ପତିଙ୍କୁ ହସ୍ତାନ୍ତର କରାଯାଇଛି। ପିଲାଟିର ଉପଯୁକ୍ତ ଯତ୍ନ, ସୁରକ୍ଷା, ଶିକ୍ଷା ଓ ପୁଷ୍ଟିକର ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଇଟାଲିର ଏହି ଦମ୍ପତି।

ସୂଚନାଥାଉ କି, କିଛି ମାସ ତଳେ ଗଜପତି ଜିଲ୍ଲାର ଜଣେ ଶିଶୁକନ୍ୟାକୁ ଜଣେ ଇଟାଲୀୟ ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ଆଇନ୍‌ ଅନୁଯାୟୀ ସମସ୍ତ ଯାଞ୍ଚ ପରେ ଶିଶୁକନ୍ୟାକୁ ଏହି ଦମ୍ପତିଙ୍କୁ ହସ୍ତାନ୍ତର କରାଯାଇଥିଲା।

You might also like