• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

କେନ୍ଦୁଝର(ପ୍ରଣୟ ପାଣି): ଗଜରାଜଙ୍କୁ ମାରିଛି ‘ଐରାବତ’। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ପ୍ରକୃତରେ କଥାଟି ହେଉଛି, ଗତକାଲି ବିଳମ୍ୱିତ ରାତିରେ ଗୋଟିଏ ହାତୀପଲ କେନ୍ଦୁଝର ଜିଲ୍ଲା ଘଟଗାଁ ଦେଇ ଯାଇଥିବା ୨୦ ନମ୍ୱର ଜାତୀୟ ରାଜପଥ ଅତିକ୍ରମ କରୁଥିଲେ। ଏହି ସମୟରେ ‘ଐରାବତ’ ନାମକ ଏକ ବସ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ୩ଟି ହାତୀର ମୃତ୍ୟୁ ଘଟିଥିଲା।

ଘଟଗାଁ ରେଞ୍ଜ ବାଲିଯୋଡ଼ି ନିକଟରେ ହାତୀପଲକୁ ଗୋଟିଏ ଟ୍ରକ୍‌ ଧକ୍କା ଦେଇଥିବା ପ୍ରଥମେ କୁହାଯାଉଥିଲା। କିନ୍ତୁ ପେର ଜଣା ପଡ଼ିଲା ପ୍ରକୃତ ସତ। କୌଣସି ଟ୍ରକ୍ ନୁହେଁ, ବରଂ ବସ୍‌ ‘ଐରାବତ’ ଧକ୍କାରେ ୩ ହାତୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଘଟଣାସ୍ଥଳରୁ କିଛି ଦୂରରେ ଲାଗିଥିବା ସିସିଟିଭିର ଫୁଟେଜରୁ ଏହା ଜଣାପଡ଼ିଥିବା କେନ୍ଦୁଝର ଡିଏଫ୍ଓ ସନ୍ତୋଷ ଯୋଶୀ କହିଛନ୍ତି। ଦୁର୍ଘଟଣା ଘଟାଇଥିବା ବସ୍‌ଟି ବଡ଼ବିଲର ଏକ ଗ୍ୟାରେଜରୁ ଠାବ କରାଯାଇଛି। ବସର ଡ୍ରାଇଭରକୁ ବନ ବିଭାଗ ନିଜ ହେପାଜକକୁ ନେଇଛି।

ବସ୍ ‘ଐରାବତ’ କଟକରୁ ବଡ଼ବିଲ୍‌ ଯାଉଥିବା ବେଳେ ହାତୀପଲକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ବସ୍‌ଟି ପଳାଇ ଯାଇଥିଲା। ତା’ର କିଛି ସମୟ ପରେ ଅନ୍ୟ ଏକ ଟ୍ରକ୍‌ ଆସି ହାତୀଙ୍କୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱକୁ ଗଡ଼ି ଯାଇଥିଲା। ଫଳରେ ୩ଟି ହାତୀର ମୃତ୍ୟୁ ଘଟିଛି।

It-was-a-bus-and-not-the-overturned-truck-that-killed-three-elephants-in-keonjhar-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories