ଭୁବନେଶ୍ୱର: ବାହାରକୁ ଗଲେ ମୁହଁରେ କପଡ଼ା ଦେବା ଜରୁରୀ। କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି। ଏଣିକି ସମସ୍ତେ ମାସ୍କ ପିନ୍ଧିବାକୁ ଆସିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ରାଜ୍ୟ ତମାମ ଲୋକେ ମାସ୍କ ପିନ୍ଧିବାକୁ ହୋଇଛି ନିଷ୍ପତ୍ତି। ମାସ୍କ ନଥିଲେ ସଫା ରୁମାଲ କିମ୍ବା କପଡ଼ା ମୁହଁରେ ବାନ୍ଧିବାକୁ କୁହାଯାଇଛି।
ଆସନ୍ତା ୯ ତାରିଖ ସକାଳ ୭ଟାରୁ ଏହି ନିୟମ ସାରା ରାଜ୍ୟରେ କଡ଼ାକଡ଼ି ଲାଗୁ ହେବ। ଫଳରେ ଏଣିକି ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଯିବ।
ରୁମାଲ, ଗାମୁଛା ଓ କପଡ଼ା ହୋଇଥିଲେ ଦୁଇ ପରସ୍ତ କରି ବାନ୍ଧିବା ଜରୁରୀ। ପୂର୍ବରୁ ବି ବାଧ୍ୟତାମୂଳକ ମାସ୍କ ବ୍ୟବହାର ନେଇ ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇସାରିଥିଲା। ହେଲେ ଏବେ ଏହା ସାରା ରାଜ୍ୟରେ ଲାଗୁ ହୋଇଛି।
ବିଶେଷଜ୍ଞମାନେ ବି ବର୍ତ୍ତମାନ ସମୟରେ କରୋନା ମହାମାରୀକୁ ପ୍ରତ୍ୟକ୍ଷ ଭାବେ ଦମନ କରିବାକୁ ହେଲେ ମାସ୍କ ପିନ୍ଧିବା ସହ ଓ ହାତଧୁଆକୁ ଅଗ୍ରାଧିକାର ଦେଇ ଆସୁଛନ୍ତି।