ଜାଗରରେ ଏକାଠି ଦୀପ ଜାଳିବାକୁ ବାରଣ : କୋଭିଡ କଟକଣା ମଧ୍ୟରେ ପାଳନ ହେବ ଜାଗର ଯାତ୍ରା

ଜାଗର ଦୀପ ଜାଳିବା ପାଇଁ ଏକତ୍ର ବସିପାରିନି ଶ୍ରଦ୍ଧାଳୁ

  • ଜାଗରରେ ଏକାଠି ଦୀପ ଜାଳିବା ମନା
  • ସେବାୟତ ନିଯୋଗଙ୍କ ସହ ପୋଲିସ ପ୍ରଶାସନର ବୈଠକ ପରେ ନିଷ୍ପତ୍ତି
  • ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ କିପରି ବାହାରକୁ ଯିବେ ଧ୍ୟାନ ଦିଆଯିବ
  • ଜାଗର ଦୀପ ଜାଳିବା ପାଇଁ ଶ୍ରଦ୍ଧାଳୁ ଏକତ୍ର ବସିପାରିବେ ନାହିଁ

ଭୁବନେଶ୍ୱର: ଜାଗରରେ ଏକାଠି ଦୀପ ଜାଳିବାକୁ ବାରଣ।  କୋଭିଡ କଟକଣା ମଧ୍ୟରେ ପାଳନ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା । କୋଭିଡ୍ ନିୟମ ପାଳନ କରି ଭକ୍ତମାନେ ଦୀପ ଜାଳିବେ । ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଯାତ୍ରା ପାଇଁ ମନ୍ଦିରର ୩ ସେବାୟତ ନିଯୋଗଙ୍କ ସହ ପୋଲିସ ଓ ପ୍ରଶାସନର ବୈଠକ ବସିଛି। କୋଭିଡ କଟକଣା ସହ ଶାନ୍ତି ଶୃଙ୍ଖଳାରେ ଭକ୍ତମାନେ କିଭଳି ମହାପ୍ରଭୁଙ୍କ ଦର୍ଶନ କରିବେ, ସେ ନେଇ ଆଲୋଚନା ହୋଇଛି। ଜାଗର ଦିନ କୋଭିଡ ନିୟମ ପାଳନ କରି ଭକ୍ତମାନେ ଦୀପ ଜାଳିବାକୁ ସ୍ଥିର କରାଯାଇଛି। ତାସହ ଜାଗର ପାଇଁ ପୋଲିସ ମୁତୟନ ଓ ଟ୍ରାଫିକ ବ୍ୟବସ୍ଥା ନେଇ ବି ଆଲୋଚନା ହୋଇଛି।

 

ରାତି ୧୦ଟା ପରେ ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ କିଭଳି ମନ୍ଦିରରୁ ବାହାରିବେ ସେ ଦିଗ ଉପରେ ବିଶେଷ ଧ୍ୟାନ ଦିଆଯିବ। ତା’ଛଡ଼ା ମହାଦୀପ ଉଠିବା ପୂର୍ବରୁ ଶ୍ରଦ୍ଧାଳୁମାନେ ଯେପରି, ଏକତ୍ରିତ ହୋଇ ଦୀପ ନଜାଳନ୍ତି ତାକୁ ଧ୍ୟାନ ଦିଆଯିବ । ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ନିୟମ ଅନୁଯାୟୀ ଦର୍ଶନ ହେବ। ଶ୍ରଦ୍ଧାଳୁଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ଵ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ତେବେ ଯାତ୍ରା ଦିନ  ବିଭିନ୍ନ ଏନଜିଓ, ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ହେଉଥିବା ଖାଦ୍ୟ ବଣ୍ଟନକୁ ମଧ୍ୟ ବାରଣ କରାଯାଉଛି। କେବଳ ପାଣଇ ଓ ଓଆରଏସ୍ ଦଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।  ବୈଠକରେ ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ସେବାୟତ ନିଯୋଗ ଉପସ୍ଥିତ ଥିଲେ ।

ପୂର୍ବରୁ ସୁରୁଖୁରୁରେ ଜାଗରଯାତ୍ରା ପାଳନ ପାଇଁ ବିଏମସି ପକ୍ଷରୁ ବିଡିଏ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ବସିଥିଲା। ମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁଙ୍କର ସ୍କ୍ରିନିଂ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଗର୍ଭ ଗୃହକୁ ପ୍ରବେଶ ଉପରେ କଟକଣା କରାଯାଇଥିବା ବେଳେ ଆଡ଼କାଠ ଠାରେ ରହି ଶ୍ରଦ୍ଧାଳୁ ଠାକୁର ଦର୍ଶନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା।

ଆହୁରି ପଢନ୍ତୁ : ଜାଗରଯାତ୍ରା ପାଇଁ ଧବଳେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି

You might also like