ଇସ୍ରୋ ଦେଉଛି ଗଂଜେଇ ଚାଷର ତଥ୍ୟ

ଭୁବନେଶ୍ୱର: ଚଳିତବର୍ଷ ରେକର୍ଡ ପରିମାଣରେ ଗଞ୍ଜେଇ ଜବତ କରିଛି ପୋଲିସ। ଜାନୁଆରୀରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୧ ହଜାର ୫୪ କୁଇଣ୍ଟାଲ ଗଂଜେଇ ଜବତ ହୋଇଛି। ଗଂଜେଇ ଚାଷ ଠାବ କରିବାକୁ ଇସ୍ରୋ ସହାୟତା କରୁଛି। କେଉଁଠି ଚାଷ ହେଉଛି ସେନେଇ ଇସ୍ରୋ ସାଟେଲାଇଟ୍‌ରୁ ତଥ୍ୟ ମିଳିପାରୁଛି। ତେବେ ଗଂଜେଇ ଅପେକ୍ଷା ଅଫିମ ଚାଷକୁ ଭଲ ଠାବ କରୁଛି ଇସ୍ରୋ। ପ୍ରେସମିଟ୍‌ରେ ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।

ଗତ ୧୦ ବର୍ଷର ଡାଟା ଦେଖିଲେ ବର୍ଷକୁ ହାରାହାରି ୩୧୨ କୁଇଣ୍ଟାଲ ସିଜ୍ ହେଉଛି ଗଞ୍ଜେଇ। ଗତ ୫ ବର୍ଷର ହାରାହାରି ଦେଖିଲେ ବର୍ଷକୁ ୪୧୪ କୁଇଣ୍ଟାଲ ଗଞ୍ଜେଇ ସିଜ୍ ହୋଇଛି।

ଆମ ରାଜ୍ୟରେ ସବୁଠୁ ଅଧିକ କୋରାପୁଟରୁ ୪୧୩ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ସେହିପରି ମାଲକାନଗିରିରୁ ୨୪୦କୁଇଣ୍ଟାଲ ଏବଂ ଗଜପତିରୁ ୧୨୬ କୁଇଣ୍ଟାଲ ସିଜ୍ କରାଯାଇଛି। ତେଣୁ ଏହି ୩ ଜିଲ୍ଲାର ଏସ୍ପିଙ୍କୁ ଡିଜିପିଙ୍କ ପକ୍ଷରୁ ପ୍ରଶଂସା ପତ୍ର ପଠାଯାଇଛି।

ଅନ୍ୟପଟେ ଡ୍ରଗସ୍ କାରବାର ନେଇ ୪ ପଡୋଶୀ ରାଜ୍ୟ ବିହାର, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ ଡିଜିପିଙ୍କ ସହ ଆଲୋଚନା କରାଯାଇଛି।  ପ୍ରତ୍ୟେକ ଡିଜି ସେମାନଙ୍କ ୱେବସାଇଟରେ ଜଣେ ଜଣେ ନୋଡାଲ ଅଫିସରରଙ୍କୁ ରଖିବେ। ଏମାନେ ପରସ୍ପର ମଧ୍ୟରେ ଡ୍ରଗସ କାରବାର ସମ୍ପର୍କରେ ତଥ୍ୟ ଆଦାନ ପ୍ରଦାନ କରିବେ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like