ନିଜ ଗାଁରେ ଅଛି ପରୀର ହତ୍ୟାକାରୀ ?

କେମିତି ହେଲା ନୟାଗଡ଼ର କୁନି ଝିଅ ପରୀର ହତ୍ୟା ?

ନୟାଗଡ : କେମିତି ହେଲା ନୟାଗଡ଼ର କୁନି ଝିଅ ପରୀର ହତ୍ୟା ? କିଏ ଓ କାହିଁକି ପରୀକୁ ହତ୍ୟା କଲା ? ଏସବୁ ଦିଗକୁ ନେଇ ସାରା ରାଜ୍ୟରେ ଆକ୍ରୋସ ବଢ଼ୁଥିବା ବେଳେ ମାମଲା ପଛର ଅଭିଯୁକ୍ତଙ୍କୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ମାମଲାର ତଦନ୍ତ କରୁଥିବା SIT ଆଜି ହାଇକୋର୍ଟରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଛି। ଏଥିରେ ଅଭିଯୁକ୍ତ ନୟାଗଡ଼ ଯୁଦୁପୁର ଗାଁର ହିଁ ବୋଲି ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତେବେ ଏସଆଇଟିର ତଦନ୍ତରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି।

ପରୀକୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି। ଏଥିରେ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ରିପୋର୍ଟରେ ତଥ୍ୟ ଥିବା ସୂଚନା ମିଳିଛି। ହତ୍ୟାର ମୂଳ କାରଣ ଦୁଷ୍କର୍ମ ବୋଲି ରିପୋର୍ଟରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି। ଏପରିକି ହତ୍ୟା ପୂର୍ବରୁ ପରୀକୁ ଉଲଗ୍ନ କରାଯାଇଥିଲା। ପରୀର ପୋଷାକରୁ ଦୁଷ୍କର୍ମ ପ୍ରମାଣ ମିଳିଥିବା ସୂଚନା ମିଳିଛି। ତଦନ୍ତର ଅଗ୍ରଗତି ନେଇ ମୁଦା ଲଫାପାରେ ରିପୋର୍ଟ ହାଇକୋର୍ଟରେ ଦେଇଛି SIT । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପରୀଙ୍କ ବାପା ଅଶୋକ ସାହୁ।

ଯଦି, ପରୀଙ୍କୁ ଦୁଷ୍କର୍ମ କରାଯାଇଛି ତେବେ ତୁରନ୍ତ ଅଭିଯୁକ୍ତଙ୍କୁ ଧରାଯାଉ। କାହିଁକି ଏସଆଇଟି ବିଲମ୍ବ କରୁଛନ୍ତି ? ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପରୀକୁ ନ୍ୟାୟ ମିଳୁ। ସେହିପରି ମାମଲାରେ ବାବୁଲି ନାୟକଙ୍କ ସଂପୃକ୍ତିଙ୍କୁ ପୁଣି ଥରେ ଦୋହରାଇଛନ୍ତି। ବାବୁଲି ନାୟକଙ୍କ ସହ ଅନ୍ୟ ସହଯୋଗୀ ବି ଏଥିରେ ସାମିଲ। ହତ୍ୟା ପଛରେ ଅଙ୍ଗ ତସ୍କରୀ ରାକେଟ୍ ରହିଥିବା ପରୀଙ୍କ ବାପା କହିଛନ୍ତି। ତେବେ ଏସଆଇଟି ତଦନ୍ତରେ ଅଭିଯୁକ୍ତ ଧରାନପଡ଼ିଲେ ମାମଲାର ସିବିଆଇ ଯାଞ୍ଚ କରାଯାଉ ବୋଲି ସେ ଦାବି କରିଛନ୍ତି।

You might also like