ଫେରୁଛନ୍ତି ପ୍ରବାସୀ ଓଡ଼ିଆ: ଏତେ ସଂଖ୍ୟାକ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ କ୍ୱାରେଣ୍ଟିନ୍‌ ସୁବିଧା ଅଛି ତ ?

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗ୍ରୀନ ସିଗ୍ନାଲ ପରେ ରାଜ୍ୟକୁ ପ୍ରବାସୀ ଓଡ଼ିଆଙ୍କ ସୁଅ ଛୁଟିଛି। ହଜାରେରୁ ଅଧିକ ଲୋକଙ୍କୁ ନେଇ କେରଳରୁ ବାହାରିଛି ସ୍ୱତନ୍ତ୍ର ଟ୍ରେନ୍। ଏଣେ ତୃତୀୟ ବ୍ୟାଚ୍‌ରେ ୧୦ଟି ବସ୍‌ରେ ସୁରତ୍‌ରୁ ଫେରୁଛନ୍ତି ପ୍ରବାସୀ ଓଡିଆ। ସେହିପରି ରାଜସ୍ଥାନ କୋଟାରେ ଫସି ରହିଥିବା ଛାତ୍ରଛାତ୍ରୀମାନେ ରାଉରକେଲା, ବଲାଙ୍ଗିର, ଝାରସୁଗୁଡ଼ା, ପୁରୀ ଓ ବାଲେଶ୍ୱର ଆସୁଛନ୍ତି। ଏଥିସହିତ ଲକ୍ଷ ଲକ୍ଷ ଲୋକ ଓଡ଼ିଶା ଫେରିବା ଲାଗି ପଞ୍ଜୀକରଣ ବି କରିଛନ୍ତି। ତେବେ ଏତେ ସଂଖ୍ୟକ ଲୋକଙ୍କ ସ୍କ୍ରିନିଂ ଓ କ୍ୱାରେଣ୍ଟିନ ଏବେ ସରକାରଙ୍କ ଲାଗି ବଡ଼ ଚାଲେଞ୍ଜ ପାଲିଟିଛି।

ରାଜସ୍ଥାନ କୋଟାରୁ ବାଲେଶ୍ୱରକୁ ବସ୍ ଯୋଗେ ଫେରୁଛନ୍ତି ୬୮ ଜଣ ଛାତ୍ରଛାତ୍ରୀ। ଖାଲି ବାଲେଶ୍ୱର ନୁହେଁ, ରାଉରକେଲାର ୧୧୬, ଝାରସୁଗୁଡ଼ାର ୬୩, ବଲାଙ୍ଗିରର ୫୦, ଜଗତସିଂହପୁରର ୧୫ ଓ ପୁରୀର ୯ଜଣ ଛାତ୍ରଛାତ୍ରୀ ଫେରୁଛନ୍ତି ଏମିତି। ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ୩ଶହରୁ ଅଧିକ ଛାତ୍ରଛାତ୍ରୀ ୨-୩ ଦିନ ଭିତରେ କୋଟାରୁ ପହଞ୍ଚିବେ।

ଏପଟେ ସୁରତରୁ ପୂର୍ବରୁ ଗଞ୍ଜାମକୁ କିଛି ଲୋକ ଫେରିଥିବା ବେଳେ, କାଲି ବିଳମ୍ବିତ ରାତିରେ ନୟାଗଡ଼ ଓଡ଼ଗାଁକୁ ୪୬ ଶ୍ରମିକ ଫେରିଛନ୍ତି। ସେମାନଙ୍କୁ ସାକେରି ରାହାସ ବିଦ୍ୟାପୀଠ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଛି। ସେପଟେ କେରଳରେ ଫସିଥିବା ଶ୍ରମିକଙ୍କୁ ନେଇ ଆଲୁଭା ଷ୍ଟେସନରୁ ଆଜି ଏକ ସ୍ୱତନ୍ତ୍ର ଟ୍ରେନ୍ ଓଡ଼ିଶା ଅଭିମୁଖେ ଯାତ୍ରା କରିବ।

ଶ୍ରମିକ, ଛାତ୍ରଛାତ୍ରୀ ଓ ତୀର୍ଥଯାତ୍ରୀ, ବାହାର ରାଜ୍ୟରେ ଫସିଥିବା ଏଣିତି ଅନେକ ଲୋକ ଏବେ ଓଡ଼ିଶା ଫେରିବାକୁ ବ୍ୟଗ୍ର। ଆଉ ଯେଉଁମାନେ ଲକ୍‌ଡାଉନ୍ ନସରୁଣୁ ଫେରିବାର ସୁଯୋଗ ପାଉଛନ୍ତି, ସେମାନଙ୍କ ଖୁସି କହିଲେ ନସରେ।

ଲକ୍‌ଡାଉନ ପରଠୁ, ସରକାରଙ୍କ ଅଜ୍ଞାତରେ ଓଡ଼ିଶାକୁ ଫେରିଛନ୍ତି ବହୁ ପ୍ରବାସୀ। କିଏ ଗାଡ଼ିରେ, କିଏ ସାଇକେଲ୍‌ରେ, ତ ଆଉ କିଏ ଚାଲିଚାଲି। ହେଲେ ସରକାରଙ୍କ ଜ୍ଞାତ ସାରରେ ମୋଟାମୋଟି ଦେଖିବାକୁ ଗଲେ ଏଇ କିଛି ଦିନ ଭିତରେ କୋଟାରୁ ୩ ଶହ, ସୁରତରୁ ୧ ହଜାର ଓ କେରଳରୁ ୧ ହଜାର ପ୍ରବାସୀ ଫେରୁଛନ୍ତି।

କେବଳ ଏତିକି ନୁହେଁ, ମହାରାଷ୍ଟ୍ର ଓ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ସହ ବି ସେଠାରୁ ଓଡ଼ିଆଙ୍କ ଫେରିବା ନେଇ କଥା ହୋଇଛନ୍ତି ନବୀନ।  ଲକ୍‌ଡାଉନ ଉଠିବା ପରେ ଓଡ଼ିଶାକୁ ବାହାର ରାଜ୍ୟରୁ ପ୍ରାୟ ୫ ଲକ୍ଷ ଲୋକ ଫେରିବେ ବୋଲି ଆଶା କରାଯାଉଛି। ଏଭଳି ସ୍ଥିତିରେ, ଏତେ ସଂଖ୍ୟକ ଲୋକଙ୍କ ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ କ୍ୱାରେଣ୍ଟିନ ସୁବିଧା ଅଛି ତ?

କେବଳ କ୍ୱାରେଣ୍ଟିନ ଭିତ୍ତିଭୂମି ନୁହେଁ, ପ୍ରଶ୍ନ ଉଠୁଛି, ପ୍ରବାସ ଫେରନ୍ତାଙ୍କ କରୋନା ଯାଞ୍ଚ ପାଇଁ କେବଳ ସ୍କ୍ରିନିଂ ଓ ୧୪ ଦିନିଆ କ୍ୱାରେଣ୍ଟିନ ଯଥେଷ୍ଟ କି? କାରଣ କିଛି ପଜିଟିଭ୍‌ଙ୍କ ଠାରେ ବାହାର ରାଜ୍ୟରୁ ଫେରିବାର ପ୍ରାୟ ମାସେ ଯାଏଁ ବି ଲକ୍ଷଣ ପ୍ରକାଶ ପାଇନଥିଲା। ଏଭଳି କେସ୍‌ରେ କ୍ୱାରେଣ୍ଟିନ୍ ଅବଧି ସରିବା ପରେ ଘରକୁ ଫେରି ରୋଗ ବାଣ୍ଟିବାର ଆଶଙ୍କା ମଧ୍ୟ ରହିଛି। ତେଣୁ ସରକାର ସମସ୍ତଙ୍କ ନମୂନା ପରୀକ୍ଷା କରିବେ ନା ନାହିଁ, ସେନେଇ ବି ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

You might also like