• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ତଥ୍ୟ କହୁଛି ୧୪ ଦିନିଆ କ୍ୱାରେଣ୍ଟିନରେ ରହିବା ପରେ ୫୦ ପ୍ରତିଶତଙ୍କ ଠାରେ କୋଭିଡ୍  ଭୂତାଣୁ ଠାବ ହୋଇଛି। ଯାହା କରୋନା ମୁକାବିଲାରେ ବଡ଼ ସମସ୍ୟା ଭାବେ ଉଭା ହୋଇଛି। କାମ ଦେଉନି କି ୧୪ ଦିନ କ୍ୱାରେଣ୍ଟିନ୍ ନିୟମ କାରଣ। ସେପଟେ ଲକଡାଉନ୍ ପରେ ୫ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଶା ଫେରିବାକୁ ଥିବା ବେଳେ ସରକାର ତାମିଲନାଡୁ ଭଳି ୨୮ ଦିନିଆ କ୍ୱାରେଣ୍ଟାଇନ୍ ମଡେଲ୍ ଆପଣାଇବେ କି ବୋଲି ଚର୍ଚ୍ଚା ହେଉଛି।

ଯାଜପୁର ଦଶରଥପୁରର କୋଭିଡ୍ ଆକ୍ରାନ୍ତ ନମ୍ବର ୮୩ ବୟସ ୩୮। ଲକଡାଉନ୍ ଘୋଷଣା ପରେ କୋଲକାତାରୁ ମାର୍ଚ୍ଚ ୩୦ରେ ଯାଜପୁର ଆସିବା ପରେ ସେହି ଦିନଠାରୁ ଏପ୍ରିଲ ୧୪ ତାରିଖ ଯାଏ ହୋମ୍ କ୍ୱାରେଣ୍ଟାଇନରେ ଥିଲେ। ହେଲେ ଦେହରେ କୌଣସି କରୋନା ଲକ୍ଷଣ ଦେଖା ନଯିବା ଏବଂ ୧୪ ଦିନିଆ ବାଧ୍ୟତାମୂଳକ ଗୃହାବଦ୍ଧ ସମୟ ଅତିକ୍ରାନ୍ତ ହେବାରୁ ଏପ୍ରିଲ ୧୫ରୁ ୨୧ ଭିତରେ ସେ ବାଇକରେ ବିଭିନ୍ନ ସ୍ଥାନ ବୁଲିଥିଲେ। ହେଲେ କୋଲକାତାରୁ ଫେରିଥିବାରୁ ଏପ୍ରିଲ ୨୨ରେ ସ୍ୱାବ୍ ନମୁନା ପରୀକ୍ଷା ହେଲା। ଆଉ ବିନା ଲକ୍ଷଣରେ ଏବଂ କ୍ୱାରେଣ୍ଟିନ ରହିବାର ୨୨ ଦିନ ପରେ ବି ରିପୋର୍ଟ ଆସିଲା ପଜିଟିଭ୍।

ତେବେ କେବଳ ଏହି ଗୋଟିଏ କେଶ୍ ନୁହେଁ, ତଥ୍ୟ କହୁଛି ଯାଜପୁରର ୭୧ ନମ୍ବରଠୁ ନେଇ ଭଦ୍ରକର ୬୬, ୮୦ ଓ ୮୨ ନମ୍ବର ଏବଂ ବାଲେଶ୍ୱରର ୭୯ ନମ୍ବର ରୋଗୀ। ଏମିତିକି ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ଭିତରୁ ୫୦ ପ୍ରତିଶତରୁ ଅଧିକ ରୋଗୀଙ୍କ ଠାରେ ୧୪ରୁ ୨୭ ଦିନ ଭିତରେ ମଧ୍ୟ  ଲକ୍ଷଣ ନଥାଇ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ବିଶେଷଜ୍ଞଙ୍କ କହିବା କଥା ୧୪ ଦିନ ପରେ ଯେ ରୋଗ ହେବନି ତାର କିଛି ମାନେ ନାହିଁ।

ବଡ଼ କଥା ହେଉଛି ଲକଡାଉନ୍ ଉଠିବା ପରେ ଓଡ଼ିଶା ଫେରିବାକୁ ଅପେକ୍ଷାରେ ଥିବା ପ୍ରାୟ ୫ ଲକ୍ଷ ପ୍ରବାସୀ ଓଡ଼ିଆଙ୍କ ପାଇଁ ଏବେ ପଞ୍ଜିକରଣ ଚାଲିଛି। ନିୟମ ଅନୁଯାୟୀ ସମସ୍ତଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ ବ୍ୟବସ୍ଥା ବି ହୋଇଛି। ହେଲେ ଯେଉଁଠି ୫୦ ପ୍ରତିଶତଙ୍କ ଠାରେ ୧୪ ଦିନିଆ ସଙ୍ଗରୋଧ ପରେ ପଜିଟିଭ୍ ବାହାରୁଛି ସେ କ୍ଷେତ୍ରରେ ସରକାରଙ୍କ ପାଇଁ ଏହା ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ତାମିଲନାଡୁ ଭଳି କିଛି ରାଜ୍ୟ ସରକାର ପ୍ରବାସ ଫେରନ୍ତାଙ୍କ ପାଇଁ ୧୪ ଦିନ ବଦଳରେ ବାଧ୍ୟତାମୂଳକ ସଙ୍ଗରୋଧ ଅବଧିକୁ ୨୮ ଦିନ କରି ଦେଇଛନ୍ତି।

କରୋନା ଉତ୍ପତ୍ତିସ୍ଥଳ ଚୀନରେ ୩ରୁ ୪ ପ୍ରତିଶତଙ୍କ ଠାରେ ସଂକ୍ରମଣର ୧୪ରୁ ୨୭ ଦିନ ଭିତରେ ଲକ୍ଷଣ ପ୍ରକାଶ ପାଉଥିବାର ନଜିରକୁ ଦେଖି ତାମିଲନାଡୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ତେଣୁ ଏକ୍ଷେତ୍ରରେ ୨୮ ଦିନିଆ ବାଧ୍ୟତାମୂଳକ ସଙ୍ଗରୋଧର ରାସ୍ତା ଧରିବେ କି ଓଡ଼ିଶା ସରକାର? ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା କଥା ପ୍ରବାସରେ ଥିବା ଶ୍ରମିକଙ୍କୁ ସେଇଠି କୋଭିଡ୍ ଟେଷ୍ଟ କରି ସେମାନଙ୍କ ନିଜ ରାଜ୍ୟକୁ ଫେରିବା ଲାଗି ଅନୁମତି ଦିଆଯିବା ନେଇ ସେ କେନ୍ଦ୍ର ପାଖରେ ପ୍ରସ୍ତାବ ରଖିଛନ୍ତି।

ଲକଡାଉନ୍ ଅବଧି ଉଠିବାକୁ ଆଉ ମାତ୍ର ସପ୍ତାହେ ସମୟ ଥିଲା ବେଳେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ଚ୍ୟାଲେଞ୍ଜକୁ ନେଇ ସରକାର କି ଷ୍ଟ୍ରାଟେଜି ଆପଣାଉଛନ୍ତି ତା ଉପରେ ହିଁ ନିର୍ଭର କରୁଛି ରାଜ୍ୟରେ କୋଭିଡ୍ ଲଢ଼େଇର ଭବିଷ୍ୟତ।

Is-it-enough-to-be-on-a-14-day-quarantine-big-information-gave-govt
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories