ବିଜେଡି ଆଡ଼କୁ ଢଳୁଛନ୍ତି କି ଦାମ?

ଭୁବନେଶ୍ୱର: ବିଜେଡି ପ୍ରତି ନରମୁଛି ଦାମଙ୍କ ସ୍ୱର ? ସବୁବେଳେ ଶାଣିତ ସ୍ୱରରେ କହୁଥିବା ଦାମଙ୍କର ଆଜିର ମନ୍ତବ୍ୟ ଶୁଣିଲେ ଆପଣ ହୁଏତ ଏହା ଭାବି ପାରନ୍ତି।

ବିଜେପୁର ନିର୍ବାଚନ ପରେ ଦାମ କହିଛନ୍ତି, ଓଡ଼ିଶାରେ ଜାତୀୟ ଅପେକ୍ଷା ଆଞ୍ଚଳିକ ଦଳଙ୍କୁ ପସନ୍ଦ କରୁଛନ୍ତି ଲୋକେ। ନିର୍ବାଚନ ଫଳାଫଳରୁ ଜଣାପଡୁଛି ନବୀନ ଅପରାଜେୟ ଲୋକେ। ନବୀନଙ୍କୁ ପ୍ରିୟତମ ନେତା ଭାବୁଥିବା ପ୍ରମାଣିତ ହୋଇଛି।

କେବଳ ଏଇତିକି ନୁହେଁ। ଆପଣ ବିଜେଡି ଆଡ଼କୁ ଢଳୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ ସାମ୍ବାଦିକ। ଆଉ ତାର ଉତ୍ତରରେ ଦାମ ଓଲଟା ସାମ୍ବାଦିକଙ୍କୁ ପ୍ରଶ୍ନ କଲେ, ଆଉ କହିଲେ- “ବିଜେଡି ପ୍ରତି ମୋ ମନ କେବେ ବିମୁଖ ଥିଲା କି ? ବିଜୁ ବାବୁ ମୋତେ ଆଣିଥିଲେ। ମୁଁ ନବୀନଙ୍କ ସହ କାମ କରିଛି। ମୁଁ ବିଜେଡିକୁ ଛାଡ଼ିନି, ବରଂ ବିଜେଡି ମୋତେ ବହିଷ୍କାର କରିଛି।”

ଏଥିସହିତ ସେ କହିଥିଲେ ସେ କେବେ ବି ନେତାଙ୍କ ବିରୋଧରେ କିଛି କହିନାହାନ୍ତି ବରଂ ଦୁର୍ନୀତି ବିରୋଧରେ କହିଛନ୍ତି ବୋଲି ଦାମ ସଫେଇ ଦେଇଛନ୍ତି।

You might also like