• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏହାର ନିକଟସ୍ଥ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟ ହୋଇଛି। ଏହା ଘନୀଭୂତ ହୋଇ ଆଜି ସନ୍ଧ୍ୟା ସୁଦ୍ଧା ଅବପାତ ଓ ଆସନ୍ତକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ବୈଠକ ପରେ ଏସ୍‌ଆର୍‌ସି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଯାହା ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି ଏହି ଲଘୁଚାପ ବାତ୍ୟାର ରୂପ ନେବା ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ମେ’ ୧୭ ସନ୍ଧ୍ୟା ପରେ ଉତ୍ତର, ଉତ୍ତର-ପୂର୍ବ ଦିଗକୁ ଆଡ଼କୁ ଏହା ଗତି ବଦଳାଇ ଉତ୍ତର ବଙ୍ଗୋପସାଗର ଦେଇ ଅତିକ୍ରମ କରିବ। ବାତ୍ୟା କେଉଁଠି ଲ୍ୟାଣ୍ଡ୍‌ଫଲ୍‌ କରିବ ଏହାର ବେଗ ଓ ଗତିପଥ କ’ଣ ରହିବ ବର୍ତ୍ତମାନ ପର୍ଯ୍ୟନ୍ତ ସେନେଇ କୌଣସି ସ୍ପଷ୍ଟ ଜଣାପଡ଼ିନାହିଁ। ଯେହେତୁ ଏହା ଉତ୍ତର ବଙ୍ଗୋପସାଗର ଦେଇ ଅତିକ୍ରମ କରିବ ତେଣୁ ଉତ୍ତର ଉପକୂଳ ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି”।

ଗଜପତିରୁ ମୟୂରଭଞ୍ଜ ଯାଏ ୧୨ଟି ଜିଲ୍ଲାକୁ ସତର୍କ କରାଯାଇଛି। ହେଲେ ୪ ଉପକୂଳ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ ପରିସ୍ଥିତିର ମୁକାବିଲା ଲାଗି ସଜାଗ ରହିବା ପାଇଁ କୁହାଯାଇଛି ବୋଲି ଏସ୍‌ଆର୍‌ସି କହିଛନ୍ତି। 

ଏସ୍‌ଆର୍‌ସି ଆହୁରି କହିଛନ୍ତି, “ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗତ ଦୁଇ ଦିନ ହେବ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ସେଲ୍‌ଟର୍‌ ହୋମ୍‌ ଗୁଡ଼ିକୁ ଠାବ କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ। ସେହିପରି ମତ୍ସୀଜୀବୀକୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଯଦି କେହି ସମୁଦ୍ର ଭିତରକୁ ଯାଇଥିବେ ୧୭ ତାରିଖ ସନ୍ଧ୍ୟା ସୁଦ୍ଧା ଉପକୂଳକୁ ଫେରିବା ପାଇଁ କୁହାଯାଇଛି।”

ରାସ୍ତାଘାଟ ସଫା, ପାନୀୟ ଜଳ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି। ସମବାୟ, ଶକ୍ତି, ଜଳ ସମ୍ପଦ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି। ସମୁଦ୍ର କୂଳରୁ ୩ କିମିରେ ଥିବା TMCକୁ ସ୍ଥାନାନ୍ତରଣ ହୋଇପାରେ। ତେବେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଆଶା କରାଯାଉଛି ବୋଲି ଏସ୍‌ଆର୍‌ସି କହିଛନ୍ତି।

https://youtu.be/KxGZ-m54Iso

Is-cyclone-impact-on-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories