ପବନରେ ବ୍ୟାପୁଛି କି କରୋନା? କ’ଣ କହିଲେ ବିଷେଶଜ୍ଞ, ଜାଣନ୍ତୁ

ଭୁବନେଶ୍ୱର: ଆପଣ କୌଣସି କୋଭିଡ୍ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି କି? ଜ୍ୱର, କାଶ, ତଣ୍ଟି ଦରଜ, ଗୋଡ ହାତ ବିନ୍ଧା କିମ୍ବା ପତଳା ଝାଡ଼ା ହେଉଛି କି? ସ୍ୱାଦ ଓ ଗନ୍ଧ ବାରିପାରୁ ନାହାନ୍ତି କି? ଯଦି ଏସବୁ ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ନିଜକୁ ଅନ୍ୟମାନଙ୍କଠାରୁ ଆଇସୋଲେଟ୍ କରନ୍ତୁ। ଘରେ ଅଲଗା ରହିବା ପୂର୍ବରୁ ପାଖରେ ରଖନ୍ତୁ। ଆଇସୋଲେସନ୍ କିଟ୍, ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ।

ଆଉ ଏହି ଜରୁରୀ ଜିନିଷଗୁଡିକ ହେଲା, ଅକ୍ସିମିଟର, ଥର୍ମୋମିଟର, ପାରାସିଟାମଲ ଓ ସେଟ୍ରିଜିନ ଟାବଲେଟ୍, କଫ୍ ସିରପ, ସାନିଟାଇଜର, ମାସ୍କ ଏବଂ କୁଳି ପାଇଁ ବେଟାଡିନ୍। ଯଦି ପାଖରେ ଅକ୍ସିମିଟର ନାହିଁ ତେବେ, ୬ ମିନିଟ୍ ୱାକ୍ ଟେଷ୍ଟ ଜରିଆରେ ନିଜ ଫୁସଫୁସ୍‌ ଅବସ୍ଥା ସମ୍ପର୍କରେ ଆକ୍ରାନ୍ତ ଜାଣିପାରିବେ

ପବନରେ ବ୍ୟାପୁଛି କି କରୋନା?

କେମିତି ବଢୁଛି ସଂକ୍ରମଣ? ବିଶେଷଜ୍ଞଙ୍କ ମତରେ କରୋନା ଭୂତାଣୁ ଏକ ଡ୍ରପଲେଟ୍ ଇନଫେକ୍ସନ। ୯୦ରୁ ୯୫ ପ୍ରତିଶତ କ୍ଷେତ୍ରରେ ଏହା ଆକ୍ରାନ୍ତଙ୍କଠାରୁ ଡ୍ରପଲେଟ୍ ମାଧ୍ୟମରେ ଅନ୍ୟକୁ ସଂକ୍ରମିତ କରିଥାଏ। ତେବେ ଏହା ପବନରେ କିଛି ଦୂର ପର୍ଯ୍ୟନ୍ତ ଯିବାର କ୍ଷମତା ରଖିଛି। ୬ରୁ ୨୦ ଫୁଟ୍ ଯାଏଁ ପବନରେ ଗତି କରିପାରେ। ଏହି ଭାଇରସ୍ ବନ୍ଦ ଘର, କାର୍ ଏବଂ ଏସି ରୁମରେ ଏହି ଭୂତାଣୁ ଅଧିକ ସମୟ ଯାଏଁ ରହିବା ସମ୍ଭାବନା ରହିଛି।

ରିପୋର୍ଟ: କପିଳେନ୍ଦ୍ର ପ୍ରଧାନ

You might also like