• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଓଡ଼ିଶାକୁ ଏବେ ସୁପର୍ ସ୍ପ୍ରେଡର ଚିନ୍ତା। ସପ୍ତାହକ ଭିତରେ ରାଜ୍ୟରେ ପ୍ରାୟ ଏକ ତୃତୀୟାଂଶ କେଶ୍‌ ବଢ଼ିବା ପଛରେ ରହିଛି ସୁପର ସ୍ପ୍ରେଡରଙ୍କ ବଡ଼ ଭୂମିକା। ରାଜଧାନୀର ବମିଖାଲ ଓ ସୂର୍ଯ୍ୟନଗର ପରେ ଏବେ ବାଲେଶ୍ୱର ଓ ସୁନ୍ଦରଗଡ଼ରେ ବି ସଂକ୍ରମଣ ବ୍ୟାପିବା ପଛରେ କେହି ନା କେହି ସୁପର୍ ସ୍ପ୍ରେଡର ଥିବା ଜଣାପଡ଼ିବା ପରେ ଏହା ଏବେ ପୂରା ରାଜ୍ୟ ପାଇଁ ଏବେ ଚିନ୍ତାର କାରଣ ହୋଇଛି।

ଦକ୍ଷିଣ କୋରିଆର କରୋନା କେଶ୍ ନମ୍ବର ୩୧ ଭଳି ଓଡ଼ିଶାରେ ବି ସୁପର ସ୍ପ୍ରେଡର ଚିନ୍ତା। ରାଜ୍ୟରେ ମାତ୍ର ସପ୍ତାହକ ଭିତରେ କରୋନା କେଶ ପ୍ରାୟ ଏକ ତୃତୀୟାଂଶ ବଢ଼ିବା ପଛରେ ରହିଛନ୍ତି ସୁପର ସ୍ପ୍ରେଡର। ରାଜଧାନୀ ପରେ ହଟସ୍ପଟ୍ ବାଲେଶ୍ୱର ଓ ସୁନ୍ଦରଗଡ଼ରେ ସ୍ଥିତି ବିଗାଡ଼ିବାରେ ବି ଏମାନେ ନେଇଛନ୍ତି ମୁଖ୍ୟ ଭୂମିକା। ୧୦ ଦିନ ତଳେ ଅର୍ଥାତ ଏପ୍ରିଲ ୧୮ରେ ଜିଲ୍ଲାରେ ଚିହ୍ନଟ ହୋଇଥିଲେ ପ୍ରଥମ ପଜିଟିଭ୍। ଆଉ ଆଜି ସୁଦ୍ଧା ଏ ସଂଖ୍ୟା ୧୬।

ତେବେ ଆକ୍ରାନ୍ତଙ୍କ ସଂଖ୍ୟାରେ ଏ ଦ୍ରୁତ ବୃଦ୍ଧି ପଛରେ ରହିଛି ନେଳିଆବାଗ ଅଞ୍ଚଳର ୬୧ ନମ୍ବର ଆକ୍ରାନ୍ତଙ୍କ ଭୂମିକା। ଯିଏକି ସୁପର ସ୍ପ୍ରେଡର ହୋଇ ନିଜ ପରିବାର ତଥା ସମ୍ପର୍କୀୟଙ୍କୁ ବାଣ୍ଟିଛନ୍ତି କରୋନା ଭାଇରସ। ୧୮ ତାରିଖରେ ଝାଡ଼ଖଣ୍ଡରୁ ଫେରିଥିବା ଏ ବ୍ୟକ୍ତି ନିଜକୁ ମିଶାଇ ମୋଟ୍ ୧୩ ଜଣଙ୍କୁ ସଂକ୍ରମିତ କରିଛନ୍ତି। ଯାହା ଖାଲି ବାଲେଶ୍ୱର ନୁହେଁ, ବରଂ ପୁରା ରାଜ୍ୟ ପାଇଁ ପାଲଟିଛି ମୁଣ୍ଡବିନ୍ଧାର କାରଣ।

ଏପ୍ରିଲ ୧୧ ତାରିଖ ପୂର୍ବରୁ କରୋନା ମୁକ୍ତ ଥିବା ସୁନ୍ଦରଗ଼ଡ଼ ଜିଲ୍ଲାରେ ଚିହ୍ନଟ ହୋଇଥିଲେ ଦୁଇ ଆକ୍ରାନ୍ତ। ୫୧ ଓ ୫୨ ନମ୍ବର କେଶରୁ ୫୧ ନମ୍ବର ଆକ୍ରାନ୍ତ ହିଁ ପାଲଟିଥିଲେ ସୁପର ସ୍ପ୍ରେଡର। ନିଜାମୁଦ୍ଦିନରୁ ଫେରିଥିବା ୬୭ ବର୍ଷୀୟ ବ୍ୟକ୍ତି ପରେ ୬୯ ନମ୍ବର ଆକ୍ରାନ୍ତଙ୍କୁ ଭୂତାଣୁ ବାଣ୍ଟିଥିଲେ। ପରେ ୧୦୧, ୧୦୨ ଓ ୧୦୩ ନମ୍ବର ସଂକ୍ରମିତ ବି ତାଙ୍କରି ଲିଙ୍କରୁ ସଂକ୍ରମିତ ହୋଇଥିଲେ। ସେହିଭଳି ଗତକାଲି ଚିହ୍ନଟ ହୋଇଥିବା ୪ ନୂଆ ପଜିଟିଭ ବି ୫୧ ଆକ୍ରାନ୍ତଙ୍କ ସମ୍ପର୍କୀୟ ଓ ପଡ଼ୋଶୀ ବୋଲି ଜଣାପଡ଼ିଛି। ଜିଲ୍ଲାରେ ଆଜି ସୁଦ୍ଧା ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସବୁ ସଂକ୍ରମିତଙ୍କ ସହ ରହିଛି ୫୧ ନମ୍ବର ଆକ୍ରାନ୍ତଙ୍କ ଲିଙ୍କ୍।

ଏହା ପୂର୍ବରୁ କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱର କରୋନା ହଟସ୍ପଟ୍ ହେବା ପଛରେ ଥିବା ଏହି ସୁପର ସ୍ପ୍ରେଡରଙ୍କ ଭୂମିକା। ୩ ତାରିଖରେ ବମିଖାଲରୁ ଚିହ୍ନଟ କରୋନା ଆକ୍ରାନ୍ତ ତିନି ଭାଇଙ୍କଠୁ ମୋଟ ୧୮ ଜଣଙ୍କୁ ବ୍ୟାପିଥିଲା ଏ ଭୂତାଣୁ। ସେହିଭଳି ସୂର୍ଯ୍ୟନଗରର ପ୍ରଦୀପ୍ତ ଦଳବେହେରା ବି ସୁପର ସ୍ପ୍ରେଡର ହୋଇ ଅନ୍ୟ ସାତ ଜଣ ପରିବାର ଓ ସମ୍ପର୍କୀଙ୍କୁ ବାଣ୍ଟିଥିଲେ କରୋନା ଭୂତାଣୁ।

ଏପଟେ ରାଜ୍ୟରେ ଗୋଟିଏ ସପ୍ତାହ ଭିତରେ ୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବି ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

Is-corona-virus-spread-by-super-spreader
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories