• translate
Chandan Shishu

ଭୁବନେଶ୍ୱର: ଦେଶରେ ପୁଣି ବେକାବୁ ହେବାକୁ ବସିଲାଣି କି କରୋନା? ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଜାମ୍ମୁ ଓ କାଶ୍ମୀର , ଏହି ୧୦ ରାଜ୍ୟରେ ପୁଣି ନିୟନ୍ତ୍ରଣ ବାହାରକୁ ଯାଉଛି କି କରୋନା? ସଂକ୍ରମଣ ରୋକିବାକୁ ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍ ନିୟୋଜିତ ହୋଇଛି। ତେବେ ନୂଆ ଷ୍ଟ୍ରେନ୍ ଉପରେ ଅଧିକ ଗବେଷଣା ଚାଲିଥିବା ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ କହିଛନ୍ତି। ସେପଟେ ଆସନ୍ତା ମାର୍ଚ୍ଚ ପହିଲାରୁ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଓ ୪୫ ବର୍ଷରୁ ଊର୍ଦ୍ଧ୍ୱ ବହୁବିଧ ରୋଗରେ ପୀଡ଼ିତଙ୍କୁ ଟିକାକରଣ କରାଯିବ। ଏଥିପାଇଁ ୧୦ ହଜାର ସରକାରୀ ଓ ୨୦ ହଜାର ଘରୋଇ ହସ୍ପିଟାଲ ଚିହ୍ନଟ କରାଯାଇଛି। ସରକାରୀ ହସ୍ପିଟାଲରେ ମାଗଣାରେ ଟିକା ମିଳିବ ଓ ଘରୋଇ ହସ୍ପିଟାଲରେ ଟଙ୍କା ଦେଇ ଟିକା ନେଇହେବ। ଟିକାର ମୂଲ୍ୟ ନିର୍ଦ୍ଧାରଣ ପାଇଁ ୩ରୁ ୪ ଦିନ ଲାଗିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି।

ମହାରାଷ୍ଟ୍ରରେ ସଂକ୍ରମଣ ବଢିବା ସହ ଲକଡାଉନ ଓ କର୍ଫ୍ୟୁ ଲାଗୁ ହୋଇଥିବାରୁ ଚିନ୍ତାରେ କର୍କଟ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବା ଓଡ଼ିଆ। ଅଧା ଚିକିତ୍ସାରେ ରୋଗୀ ଓ ସଂପର୍କୀୟ ଘରକୁ ଫେରୁଛନ୍ତି। ଏପଟେ ଓଡ଼ିଶାରେ କରୋନା ସଂକ୍ରମଣ କଡ଼ ଲେଉଟାଇ ନଥିଲେ ବି ସତର୍କତା ଜାରି ହୋଇଛି। ଭୁବନେଶ୍ୱର ଏୟାରପୋର୍ଟରେ କୋଭିଡ୍ ଟେଷ୍ଟିଂ ସେଣ୍ଟର ଖୋଲାଯିବ ବୋଲି ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି। ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ପାଖରେ ଲକ୍ଷଣ ଥିଲେ ଏଠାରେ ପରୀକ୍ଷା କରାଯିବ।

ରକ୍ତ କର୍କଟ ଚିକିତ୍ସା କରିବା ପାଇଁ ଆସିଥିଲି। ୨୦ ଦିନ ହେଲାଣି ମୁମ୍ବାଇରେ ରହିଥିଲି। ଚିକିତ୍ସା ଠିକ୍‌ଠାକ୍ ଚାଲୁଥିଲା କିନ୍ତୁ ହଠାତ୍ କରୋନା ଭୟ ଚାଲିଆସିଲା।  ‌ସେଥିପାଇଁ ଆମେ ଫେରିଯାଉଛୁ, ଯଦି ଲକ୍‌ଡାଉନ୍‌ ହେବ ତାହାହେଲେ ଆମେ ଅସୁବିଧାରେ ପଡ଼ିଯିବୁ।
-ମୁମ୍ୱାଇକୁ ଚିକିତ୍ସା ପାଇଁ ଆସିଥିବା ଓଡ଼ିଆ
ଭୁବନେଶ୍ୱର ଏୟାରପୋର୍ଟରେ ଏକ ଟେଷ୍ଟିଂ ସେଣ୍ଟର ଖୋଲାଯିବ। ପ୍ରଭାବିତ ରାଜ୍ୟରୁ ଯେକେହିବି ଆସିଲେ ସେମାନଙ୍କ ସ୍କ୍ରିନିଂ କରାଯିବ। ଟେଷ୍ଟିଂ କିନ୍ତୁ ବାଧ୍ୟତାମୂଳକ ନୁହେଁ। ଯଦି ସ୍କ୍ରିନିଂ କରିବା ସମୟରେ ଲକ୍ଷଣ ଦେଖାଗଲେ, ଟେଷ୍ଟିଂ ପାଇଁ ପଠାଯିବ। 
-ପ୍ରେମଚନ୍ଦ୍ର ଚୌଧୁରୀ, ବିଏମ୍‌ସି କମିଶନର

https://www.youtube.com/watch?v=0NQF8mREGVI

ଦେଶରେ ଗତ ୨୪ ଘଣ୍ଟାରେ ୧୩ ହଜାର ୭୪୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ ୫୧ ଜଣ ଥିବା ବେଳେ କେରଳରୁ ୧୪ ଜଣ ଅଛନ୍ତି। ସେପଟେ ଦିଲ୍ଲୀରେ ପ୍ରବେଶ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।

Other Stories