ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପ୍ରଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ

ନୟାଗଡ଼: ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲାରୁ। ଯୋଗ୍ୟ ଛାତ୍ରଛାତ୍ରୀ ପରିବର୍ତ୍ତେ ଅଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି।

ଗତ ବର୍ଷ ଶିଶୁ ଦିବସରେ ନୟାଗଡ଼ର ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ମେଧା ଛାତ୍ରଛାତ୍ରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବୃତ୍ତି ଘୋଷଣା କରିଥିଲେ।

NACରେ ଥିବା ସ୍କୁଲ୍‌ଗୁଡ଼ିକରେ ପ୍ରଥମ ୨୦ ଜଣଙ୍କୁ ଓ ପ୍ରତି ବ୍ଲକ୍‌ରେ ପ୍ରଥମ ଶହେ ଜଣଙ୍କୁ ୫ ହଜାର ଟଙ୍କା ଲେଖାଏ ବୃତ୍ତି ରାଶି ଦେବାପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ବୋର୍ଡରୁ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ଏକ ତାଲିକା ମଧ୍ୟ ଆସିଲା।

ହେଲେ ଏହି ତାଲିକାରେ ବ୍ୟାପକ ଅନିୟମିତତା ହୋଇଥିବା କିଛି ଅଭିଭାବକ ଅଭିଯୋଗ କରିଛନ୍ତି। ଫଳରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ବୃତ୍ତି ନପାଇ ନିରାଶ ହେବା ସହ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।

ଘଟଣାକୁ ନେଇ ପୁନଃ ବିଚାର କରିବା ପାଇଁ ଟ୍ୱିଟ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଛାତ୍ରଛାତ୍ରୀ।  ଅନ୍ୟପଟେ ଲିଷ୍ଟ୍ ବାବଦରେ ବୋର୍ଡ ଅଧିକାରୀଙ୍କ ଦୃଷ୍ଟିକୁ ଆଣିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି।

You might also like