ଧାନ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ
ବରଗଡ଼: ବରଗଡ଼ ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏମିତିକି ଜାଲ୍ କାଗଜ ପତ୍ରରେ ଜାଲ୍ କାର୍ଡ ତିଆରି ହେଉଛି।
ଏହି ଜାଲ୍ କାର୍ଡ ସାହାଯ୍ୟରେ ଦଲାଲ୍ମାନେ ସମବାୟ ସମିତି ଜରିଆରେ ଧାନ ବିକ୍ରି କରୁଥିବା ଅଭିଯୋଗ ଆସିଛି।
ଚାଷୀଙ୍କ ଡକ୍ୟୁମେଣ୍ଟରେ ଦଲାଲମାନେ ନିଜ ନାଁରେ ଜାଲ୍ କାର୍ଡ ପଞ୍ଜୀକରଣ କରୁଥିବା ନେଇ ଅଭିଯୋଗ ହୋଇଛି।
ଦଲାଲ୍ମାନେ ଚାଷୀଙ୍କ ଠାରୁ କମ୍ ଦରରେ କିଣି ଜାଲ୍ କାର୍ଡ ମାଧ୍ୟମରେ ସମବାୟ ସମିତିରେ ଧାନ ଦେଉଥିବା ଅଭିଯୋଗ ହୋଇଛି।