ସ୍କୁଲ ପିଲାଙ୍କୁ ଦିଆଯିବ ଆଇରନ୍ ଟାବଲେଟ୍

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯିବ ଆଇରନ୍ ଟାବଲେଟ୍। MDM(ମିଡ୍‌ ଡେ ମିଲ୍) ରାସନ୍ ସହ ପିଲାଙ୍କୁ ଆଇରନ୍ ଫୋଲିକ୍ ଏସିଡ୍ ଟାବଲେଟ୍ ଯୋଗାଇବେ ରାଜ୍ୟ ସରକାର। ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ MDMର ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ। ପିଲାଙ୍କୁ ଆଇରନ୍ ଫୋଲିକ୍ ଏସିଡ୍ ଟାବଲେଟ୍ ଶିକ୍ଷକ ବାଣ୍ଟିବେ। ଜୁଲାଇ ଓ ଅଗଷ୍ଟ ମାସ ଲାଗି ପ୍ରତି ପିଲା ପିଛା ୧୦ଟି ଲେଖାଏଁ ଟାବଲେଟ୍ ଦିଆଯିବ। ପିଲାଙ୍କୁ ଅପପୁଷ୍ଟି ଓ ରୋଗ ପ୍ରତିରୋଧର କ୍ଷମତା ବଢାଇବାକୁ ଏହି ଟାବଲେଟ୍ ଦିଆଯିବ।

ମହାମାରୀ ‘କରୋନା’ ପାଇଁ ଏବେ ସ୍କୁଲ ବନ୍ଦ ରହିଛି। ସ୍ଥିତିକୁ ଦେଖିଲେ କେବେ ଖୋଲିବ ଜଣାପଡ଼ୁନାହିଁ। ଏପରି ସ୍ଥିତିରେ ପିଲାମାନଙ୍କ ଭବିଷ୍ୟତ କଣ ହେବ? ସେମାନେ କେମିତି ପାଠ ପଢ଼ିବେ? ଏହାର ସମାଧାନର ରାସ୍ତା ବାହାର କରିଛନ୍ତି ସରକାର। ପିଲାମାନଙ୍କ ପାଖରେ ବହି ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି।

ଏପରିକି ମଧ୍ୟାହ୍ନ ଭୋଜନ ବାବଦକୁ ଅର୍ଥ ମଧ୍ୟ ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଉଛନ୍ତି। ଏବେ ପିଲାଙ୍କୁ ମିଡ୍‌ ଡେ ମିଲ୍‌ ରାସନ୍‌ ସହ ଆଇରନ୍‌ ଫୋଲିକ୍‌ ଏସିଡ୍‌ ଟାବଲେଟ୍‌ ବାଣ୍ଟିବା ପାଇଁ ଯୋଜନା କରିଛନ୍ତି। ଶିକ୍ଷକମାନେ ଏହି ଟାବ୍‌ଲେଟ୍‌ ବାଣ୍ଟିବେ। ଏନେଇ ଜିଲ୍ଲାପାଳଙ୍କୁ ଚିଠି ହୋଇଛି।

ଆହୁରି ପଢ଼ନ୍ତୁ

You might also like