• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ମୟୂରଭଞ୍ଜ: ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ପୁଣି ଥରେ ସକ୍ରିୟ ହୋଇଛନ୍ତି ଲୁହାପଥର ମାଫିଆ। ଆଜି ଭୋର ସମୟରେ ପୁଲିସ୍ ରାଇରଙ୍ଗପୁର-ଜାମସେଦପୁର NH ୨୨୦ରେ ପାଟ୍ରୋଲିଂ କରୁଥିବା ବେଳେ ଦାଣ୍ଡବୋଷ ଗାଁ ନିକଟରେ ୨ଟି ଲୁହାପଥର ବୋଝେଇ ଡମ୍ପର୍‌କୁ ଧରିଛି।

ଚୋରା ଚାଲାଣ ହେଉଥିବା ଏହି ଲୁହାପଥର ଡମ୍ପର୍‌ ଗୋରୁମହିଷାଣି ଅଞ୍ଚଳରୁ ଜାମସେଦପୁରକୁ ଯାଉଥିଲା ବୋଲି ସୂଚନା ମିଳିଛି।

କିଛି ମାସ ତଳେ ସୁଲେଇପାଟ ଲୁହାଖଣି ଓ ଗୋରୁମହିଷାଣି ଲୁହାପଥର ଖଣି ଅଞ୍ଚଳରୁ ଦୁର୍ବୃତ୍ତମାନେ ଡମ୍ପର୍‌ ଓ ଟ୍ରକ ଦ୍ୱାରା ଲୁହାପଥର ନେଇ ଜାମସେଦପୁର ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା।

ଆଉ ଏକ ଘଟଣାରେ କଳାହାଣ୍ଡି ଧର୍ମଗଡ଼ ଉପଖଣ୍ଡ ଅଞ୍ଚଳରୁ ଛତିଶଗଡ଼କୁ ଧାନ ଚୋରା ଚାଲାଣ ଖବର ଓଟିଭିରେ ପ୍ରସାରିତ ହେବା ପରେ ପ୍ରଶାସନ ଧରପଗଡ଼ ଆରମ୍ଭ କରିଛି। ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ୪ଟି ଧାନ ବୋଝେଇ ଟ୍ରକକୁ ଜବତ କରିଛି ପୁଲିସ୍। ଏହି ଧାନ ଛତିଶଗଡ଼କୁ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି।

 

Iron-loaded-truck-seized-by-police-in-mayurbhanj
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories