ପତ୍ନୀଙ୍କ ହତ୍ୟା ଅଭିଯୋଗରେ ଗିରଫ ହେଲେ IRB ଯବାନ

ଦେବଗଡ଼: ପତ୍ନୀଙ୍କ ହତ୍ୟା ଅଭିଯୋଗରେ ଜଣେ IRB ଯବାନଙ୍କୁ ଗିରଫ କରାଯାଇଛି। ଦେବଗଡ଼ ଜିଲ୍ଲା କୋରଡ୍ ଗାଁର ଯବାନ ଅଶ୍ୱିନୀ ଭୁକ୍ତାଙ୍କ ପତ୍ନୀ ଜ୍ୟୋତି ପ୍ରିୟାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ଗତ ୧୧ ତାରିଖରେ ସେ ବିଷ ପିଇ ଥିବା ନେଇ ଶାଶୁ ଘର ଲୋକେ ଅଭିଯୋଗ କରିଥିଲେ।

ଜ୍ୟୋତିଙ୍କ ପରିବାରଲୋକେ ମୃତଦେହକୁ ଦେଖିବା ପରେ ଏନେଇ ସନ୍ଦେହ କରିବା ସହ ଥାନାରେ ଅଭିଯୋଗ କରିଥିଲେ। ବାରମ୍ବାର ଜ୍ୟୋତିଙ୍କୁ ଶାଶୁ ଘର ଲୋକେ ନିର୍ଯାତନା ଦେଇଥିବା ଅଭିଯୋଗ କରିବା ସହ ତାଙ୍କୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ। 

ଘଟଣାର ତଦନ୍ତ କରି ଦେବଗଡ଼ ପୋଲିସ୍ ସ୍ୱାମୀ ଅଶ୍ୱିନୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି। 

You might also like