• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାଉଳିଆ ଗାଁରେ ଗୁଳିମାଡ଼ରେ ଜଣେ କନଷ୍ଟେବଲ୍‌ଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରାମଚନ୍ଦ୍ର ସାହୁ। ସେ ଆଇଆର୍‌ବିରେ କନଷ୍ଟେବଲ୍ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ରାତିରେ ଏହି ଗୁଳିମାଡ଼ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ମେଲଣ କାର୍ଯ୍ୟକ୍ରମକୁ ନେଇ ଗାଁର ସଭାପତି ଶ୍ରୀକାନ୍ତ ସାହୁଙ୍କ ଭାଇଙ୍କ ସହ କନଷ୍ଟେବଲ୍‌ଙ୍କ ବଚସା ହୋଇଥିଲା। ଏଥିରେ ଗାଁ ସଭାପତି ଉତ୍‌କ୍ଷିପ୍ତ ହୋଇ ରାମଚନ୍ଦ୍ରଙ୍କ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି।

ଗୁଳିଟି ରାମଚନ୍ଦ୍ରଙ୍କ ବାମ ପଟ ଛାତିରେ ବାଜିଥିଲା। ତାଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକର ଏକ ଘରୋଇ ନର୍ସିଂ ହୋମକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଗାଁରେ ପୁଲିସ୍‌ ମୁତୟନ କରାଯାଇଛି। ଘଟଣା ପରେ ଶ୍ରୀକାନ୍ତ ଫେରାର ଅଛି।

Irb-constable-dies-after-being-shot
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories