ପର୍ଯ୍ୟଟନ ଋତୁରେ ଚଳ ଚଞ୍ଚଳ ଗଜପତି ଜିଲ୍ଲାର ଜିରାଙ୍ଗ ବୌଦ୍ଧ ମନ୍ଦିର

ପ୍ରସିଦ୍ଧ ବୌଦ୍ଧ ମନ୍ଦିର ପର୍ଯ୍ୟଟକଙ୍କ ପାଇଁ ସାଜିଛି ଆକର୍ଷଣ

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଜିରାଙ୍ଗର ପ୍ରସିଦ୍ଧ ବୌଦ୍ଧ ମନ୍ଦିର। ତିବ୍ଦତୀୟ ସଂସ୍କୃତିର କଳାକୃତି ସହ ମନ୍ଦିର କାରୁକାର୍ଯ୍ୟ ବେଶ୍ ବିମୋହିତ କରୁଛି ପର୍ଯ୍ୟଟକଙ୍କୁ। ତାସହ ବୁଦ୍ଧଙ୍କ ବିରାଟ ପ୍ରତିମୂର୍ତ୍ତି ବେଶ ଆକର୍ଷଣୀୟ କରୁଛି।

ଦକ୍ଷିଣ ଏସିଆର ୨ୟ ବୃହତ୍ତମ ବୌଦ୍ଧ ମନ୍ଦିର ଓଡିଶାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ। ମନ୍ଦିର ଚାରି ପାଖରେ ମଧ୍ୟ ସୁନ୍ଦର ଓ ଶାନ୍ତ ପରିବେଷ ବେଶ ଆକର୍ଷିତ କରୁଛି ପର୍ଯ୍ୟଟକଙ୍କୁ।

ପର୍ଯ୍ୟଟକମାନେ ଫଟୋ ଉଠାଇ ନିଜ ସ୍ମୃତିକୁ ସାଉଟୁଛନ୍ତି। ପ୍ରତି ବର୍ଷ ପରି ଚଳିତ ବର୍ଷ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ଏଠାରେ ଦେଖିବାକୁ ମିଳିଛି ।

ଗତ ୨୦୦୩ ମସିହାରେ ଏହି ବୁଦ୍ଧ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୨୦୧୦ ମସିହାରେ ଏହାକୁ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଉଦ୍‌ଘାଟନ କରିଥିଲେ। ପ୍ରତ୍ୟେକ ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟକ ପର୍ଯ୍ୟଟକମାନେ ଏହି ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ବେଳେ ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଉଥିବା ଲାମା ଗୁରୁ କହିଛନ୍ତି।

You might also like