ପୋଲିସ ସେବାରୁ ଅବସର ନେଲେ IPS ସତ୍ୟଜିତ

ଭୁବନେଶ୍ୱର: OPSCର ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ ମହାନ୍ତି। ପୋଲିସ ବିଭାଗରେ ୩୩ ବର୍ଷ ଧରି କାମ କରିବା ପରେ ଗତକାଲି ସେ ପୋଲିସ ସେବାରୁ ଅବ୍ୟାହତି ନେଇଥିଲେ।  ୧୯୮୮ ବ୍ୟାଚ୍‌ର  IPS ସତ୍ୟଜିତ କାଲି ପୋଲିସ ସେବାରୁ ଅବସର ନେଇଥିଲେ ।

ସ୍ୱେଚ୍ଛାକୃତ ଅବସର ନେବା ପରେ ତାଙ୍କୁ କଟକରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୋଲିସ ବିଭାଗରେ ସତ୍ୟଜିତ୍ ମହାନ୍ତି ଲମ୍ବା ସମୟ ଧରି ସଫଳତାର ସହ ନିଜ କାର୍ଯ୍ୟ ସମ୍ପାଦନ କରିଛନ୍ତି ।

୨୦୨୦ ଜୁନ୧ ତାରିଖ  ଅଗ୍ନିଶମ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ବରିଷ୍ଠ IPS ସତ୍ୟଜିତ ମହାନ୍ତି। ଅଗ୍ନିଶମ ଡିଜି ଭାବେ ସୁନୀଲ ରାୟଙ୍କ ଅବସର ପରେ ଏହି ପଦବୀ ଖାଲି ଥିଲା।

ଗତକାଲି ପୋଲିସ ସେବାରୁ ଅବ୍ୟାହତି ନେବା ପରେ ଭାବ ବିହ୍ୱଳ ହୋଇ ପଡ଼ିଥିଲେ ସତ୍ୟଜିତ୍‌ ମହାନ୍ତି। ଏହି ଅବସରରେ ସେ ଓଡ଼ିଶା ଅଗ୍ନିଶମ ସେବାକୁ ଧନ୍ୟବାଦ ଦେଇଥିଲେ।

SATYAJIT_MOHANTY_OPSC_CHAIRMAN_OATH_TAKE_AVO_12N
SATYAJIT_BYTE_11AM

You might also like