ଭୁବନେଶ୍ୱର : ବଦଳିଲେ ଟ୍ୱିନ୍ସିଟି ପୋଲିସ୍ କମିଶନର। ୱାଇ.ବି. ଖୁରାନିଅାଙ୍କ ବଦଳରେ ସତ୍ୟଜିତ୍ ମହାନ୍ତି ହୋଇଛନ୍ତି ନୂଅା ପୋଲିସ୍ କମିଶନର। ଅାଇପିଏସ୍ ସ୍ତରରେ ରାଜ୍ୟ ସରକାର କରିଥିବା ଅଦଳବଦଳରେ ୱାଇ.ବି. ଖୁରାନିଅାଙ୍କୁ ଏଡିଜି ପ୍ରୋଭିଜନିଂ ଦାୟିତ୍ୱ ଦିଅାଯାଇଛି।
ସେହିପରି ସଂଜୀବ ପଣ୍ଡାଙ୍କୁ ପରିବହନ କମିଶନର ଦାୟିତ୍ୱ ମିଳିଛି। ଅାଇଜି ଅାଇନ୍ ଶୃଙ୍ଖଳା ଦାୟିତ୍ୱରେ ଥିବା ଅମିତାଭ ଠାକୁରଙ୍କୁ ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ୍ ଅାଇଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଅାଯାଇଛି। ସେହିପରି ଏସ୍ପି ସ୍ତରରେ ମଧ୍ୟ ଅଦଳବଦଳ ହୋଇଛି। ଭଦ୍ରକ ଏସ୍ପି ଭାବେ ପଣ୍ଡିତ ରାଜେଶ ଉତ୍ତମ ରାଓ, କଳାହାଣ୍ଡି ଏସ୍ପି ଭାବେ ବାତ୍ତୁଲା ଗଙ୍ଗାଧର, ସୋନପୁର ଏସ୍ପି ଭାବେ ଦେବୀ ପ୍ରସାଦ ଦାଶ ଓ ନୟାଗଡ଼ ଏସ୍ପି ଭାବେ ଶଶିଭୂଷଣ ଶତପଥୀଙ୍କୁ ଦାୟିତ୍ୱ ଦିଅାଯାଇଛି। ଏମ୍ ସନ୍ଦୀପ ସମ୍ପତଙ୍କୁ କ୍ରାଇମ୍ବ୍ରାଞ୍ଚ ଏସ୍ପି କରାଯାଇଛି।