IPS ଅଫିସର ସତୀଶ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

ଭୁବନେଶ୍ୱର: IPS ଅଫିସର ସତୀଶ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି। ଗଜଭିୟେଙ୍କ ବିରୋଧରେ ହୋଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ କୋର୍ଟ ଖାରଜ କରିଛନ୍ତି। ମାଲକାନଗିରି SP ଥିବା ବେଳେ ହୋଇଥିଲା ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ନକ୍ସଲ ଅପରେସନ୍ ପୁରସ୍କାର ରାଶିକୁ ନେଇ ହୋଇଥିଲା ବିବାଦ। ୨୦୦୭ରେ କ୍ୟାଡର୍ ମାଓବାଦୀ ଶ୍ରୀରାମୁଲୁ ଓଡ଼ିଶାର କିଛି ପୋଲିସ କର୍ମଚାରୀ ଓ ପୋଲିସ ଇନଫର୍ମରଙ୍କ ହାତରେ ଧରାପଡ଼ିଥିଲା।

ସେହି ସମୟରେ ମାଲକାନଗିରି ଏସ୍‌ପି ଥିଲେ ସତୀଶ ଗଜଭିୟେ। ତେବେ ଓଡ଼ିଶା ସରକାରଙ୍କ ପକ୍ଷରୁ ଶ୍ରୀରାମୁଲୁକୁ ଧରିଥିବା ପୋଲିସ ଅଧିକାରୀଙ୍କୁ ପୁରସ୍କାର ରାଶି ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହି ପୋଲିସ ଅଧିକାରୀଙ୍କୁ ପୁରସ୍କାର ରାଶି ନମିଳିବାରୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ଗଜଭିୟେଙ୍କ ବିରୋଧରେ।

ଏନେଇ ଗୁଇନ୍ଦା ବିଭାଗର ତତ୍କାଳୀନ ଡିଆଇଜିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଗୁଇନ୍ଦା ନିର୍ଦ୍ଦେଶକ। ଏହାପରେ ଗଜଭୀୟେଙ୍କ ବିରୋଧରେ ହୋଇଥିଲା କାର୍ଯ୍ୟାନୁଷ୍ଠାନ। ଏହାକୁ ଚାଲେଞ୍ଜ କରି ପ୍ରଥମେ କଟକ ସ୍ଥିତ କ୍ୟାଟ୍‌ଙ୍କ ଖଣ୍ଡପୀଠରେ ମାମଲା ରୁଜୁ କରିଥିଲେ। ପରବର୍ତ୍ତୀ ସମୟରେ ମାମଲା କ୍ୟାଟ୍‌ର ଦିଲ୍ଲୀ ସ୍ଥିତ ପ୍ରମୁଖ ଖଣ୍ଡପୀଠକୁ ସ୍ଥାନାନ୍ତର ହୋଇଥିଲା। ଏହି ମାମଲାର ଶୁଣାଣୀ କରି ଦିଲ୍ଲୀ କ୍ୟାଟ୍‌ଙ୍କ ଖଣ୍ଡପୀଠ ଗଜଭୀୟେଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗଜଭୀୟେ।

୨୦୦୨ ବ୍ୟାଚ୍ ଆଇପିଏସ୍‌ ସତୀଶ ଗଜଭିୟେଙ୍କୁ ଏସ୍‌ପି କମ୍ପ୍ୟୁଟର ଦାୟିତ୍ୱରେ ଅଛନ୍ତି। ସାରଥୀ ବାବା ମାମଲାରେ ସେତେବେଳର କେନ୍ଦ୍ରାପଡା ଏସପି ସତୀଶ ଗଜଭିୟେ ନିଲମ୍ବିତ ହୋଇଥିଲେ। ଜନସାଧାରଣଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିବା, ଜନସାଧାରଣଙ୍କୁ ଅନୁଚିତ ବ୍ୟବହାର ଓ ଅଲଇଣ୍ଡିଆ ସର୍ଭିଲ ରୁଲର ଉଲ୍ଲଘଂନ ଅଭିଯୋଗରେ ତାଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଥିଲେ। ଏହାପରେ ତାଙ୍କୁ ବଦଳି କରାଯାଇଥିଲା।

You might also like