ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ୩ଦିନିଆ ଆଇପିଏସ୍ ସମ୍ମିଳନୀ। ଏଥିରେ ବିଭିନ୍ନ ଜିଲ୍ଲାର ଏସପି, ଡିସିପି, ଆଇଜିପି, ଡିଆଇଜି, ତାଲିମ ନେଉଥିବା ଆଇପିଏସ୍ ଅଧିକାରୀ, ଆର୍ମଡ ପୁଲିସ ବାଟାଲିୟନର କମାଣ୍ଡାଣ୍ଟଙ୍କ ସହ ହୋମଗାର୍ଡ, ଅଗ୍ନିଶମ, ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଯୋଗ ଦେବେ।
ତିନିଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ଆଇନ ଶୃଙ୍ଖଳା, ନକ୍ସଲ ଦମନ, ସଡକ ସୁରକ୍ଷା ସମ୍ପର୍କରେ ଆଲୋଚନା ହେବ। ଏହି ଅବସରରେ ପ୍ରଥମ ଥର ପାଇଁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ଏକ୍ସପର୍ଟ ସେମାନଙ୍କ ମତାମତ ରଖିବେ।
ସାଇବର କ୍ରାଇମ୍ ତଦନ୍ତ, ସୋଶାଲ ମିଡିଆର ମନିଟରିଂ ସହ ଫରେନ୍ସିକ ବିଜ୍ଞାନର ଅଧିକ ବ୍ୟବହାର ଉପରେ ମତ ରଖିବେ।