‘ସାଇବର କ୍ରାଇମ୍‌କୁ ରୋକିବା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ୍’

ଭୁବନେଶ୍ୱର: ଭୁବନେଶ୍ୱର ଡିସିପିରୁ ଗୁଇନ୍ଦା ବିଭାଗର ଡିଆଇଜି ଭାବେ ନିଯୁକ୍ତି ପାଇଛନ୍ତି। ୨୦୦୬ ବ୍ୟାଚର ଆଇପିଏସ୍ ଅଧିକାରୀ ଅନୁପ ସାହୁ। ମାର୍ଚ୍ଚ ୨୦୧୮ରେ ସେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଥିଲେ।  ଡିସିପି ଭାବେ ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ସହ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ଦାୟିତ୍ୱ ନିର୍ବାହ କରିଥିଲେ ଅନୁପ ସାହୁ।

ତେବେ ଆଗାମୀ ସମୟରେ ତାଙ୍କର ନୂଆ ଯୋଜନା ଏବଂ ରଣନୀତି ନେଇ ସେ କହିଛନ୍ତି ଯେ ଓଡ଼ିଶାରେ ଏକ ବିଶ୍ୱସ୍ତରୀୟ ଇଭେଣ୍ଟ ଆୟୋଜନ କରାଯାଇଥିଲା। ସେତେବେଳେ ଏହାର ସୁରକ୍ଷା ଦ୍ୱାୟିତ୍ୱ ଆମ ଉପରେ ନ୍ୟସ୍ତ ଥିଲା। ଏହି ବିରାଟ ଆୟୋଜନର ସଫଳତା ପାଇଁ ଆମେ ବହୁତ ପ୍ରଶଂସିତ ହୋଇଥିଲୁ। ଏହା ମୋ ପାଇଁ ଚ୍ୟାଲେଞ୍ଜ ଥିଲା ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରଥମେ ଦେଖିବାକୁ ପଡ଼ିବ। ଯଦି ଦେଶର ବିଭିନ୍ନ ସହରକୁ ଦେଖାଯାଏ, ତେବେ ରାଜଧାନୀ ଭୁବନେଶ୍ୱରରେ ଅପରାଧ ବହୁତ କମ୍ ରହିଛି। କିନ୍ତୁ ସାଇବର କ୍ରାଇମ୍‌କୁ ରୋକିବା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ। ଏଥିରେ କିପରି ନୂଆ ନୂଆ ଟେକ୍ନୋଲୋଜିକୁ ପ୍ରୟୋଗ କରିହେବ, ତାହା ଆମେ ଚେଷ୍ଟା କରିବୁ। ସହରରେ ସିସିଟିଭି ଲଗାଇବା ଭଳି ଆନେକ ପଦକ୍ଷେପ ନିଆଯିବ। ରାଜ୍ୟସ୍ତରରେ ଗୁଇନ୍ଦା ମୋ ପାଇଁ ଚ୍ୟାଲେଞ୍ଜ ରହିବ। ମୁଁ ଯୋଗଦାନ କରିବା ପରେ ମୋତେ ଦାୟିତ୍ୱ ଦିଆଯାଇଥିବା କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବି ବୋଲି ଶ୍ରୀ ସାହୁ କହିଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like