ପୁଲିସ୍‌ କବ୍‌ଜାରେ ଆଇପିଏଲ୍ ବେଟିଂ ଗ୍ୟାଙ୍ଗ

ପାରଳାଖେମୁଣ୍ଡି: ଆଇପିଏଲ୍ ବେଟିଂ  ଗ୍ୟାଙ୍ଗ୍‌କୁ ଧରିଲା ପାରଳାଖେମୁଣ୍ଡି ପୁଲିସ୍‌। ସୋମବାର ସନ୍ଧ୍ୟାରେ ପୁରୁଣା ଓଏସ୍ଆରଟିସି ଗ୍ରାଉଣ୍ଡ ନିକଟରେ ପୁଲିସ୍‌ ଚଢ଼ାଉ କରି ୭ଜଣଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନେ ସେଠାରେ ଆଇପିଏଲ୍ ମ୍ୟାଚ୍‌କୁ ନେଇ ଟଙ୍କା କାରବାର କରୁଥିବା ପୁଲିସ୍‌ ସୂଚନା ଦେଇଛି। ସେମାନଙ୍କଠାରୁ ୮ଟି ମୋବାଇଲ ଏବଂ ୬୧ ହଜାର ଟଙ୍କା ପୁଲିସ୍‌ ଜବତ କରିଛି।

 

You might also like