ବ୍ରହ୍ମପୁରରୁ ଦୁବାଇକୁ ଲମ୍ବିଛି IPL ବେଟିଂ, ଜବତ ହେଲା ଲକ୍ଷାଧିକ ଟଙ୍କା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରୁ ଧରାପଡ଼ିଥିବା ଆଇପିଏଲ୍ ବେଟିଂ ଗ୍ୟାଙ୍ଗର ବିଦେଶ ଲିଙ୍କ୍‌ ଥିବା ଜଣାପଡ଼ିଛି। ଏ ନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ବେଟିଂ ଗ୍ୟାଙ୍ଗର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍‌। ଏହାସହ ସେମାନଙ୍କ ନିକଟରୁ ନଗଦ ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ ହୋଇଛି।

ସହରର ବିଭିନ୍ନ ଅଞ୍ଚଳରେ ରେଡ୍ ବେଳେ ପୋଲିସ ସେମାନଙ୍କ ଧରିଛି। ଗ୍ୟାଙ୍ଗରେ ଆହୁରି ଅନେକ ଲୋକ ସାମିଲ ଥିବା ନେଇ ଡିଆଇଜି ସୂଚନା ଦେଇଛନ୍ତି। ବିଭିନ୍ନ ଅନ୍‌ଲାଇନ୍‌ ଆପ୍ ଜରିଆରେ ବେଟିଂ କାରବାର ଚାଲିଥିଲା।
ବେଟିଂ ଲିଙ୍କ୍ ଦୁବାଇ ସହ କୋଲକାତା, ମୁମ୍ବାଇ, ଦିଲ୍ଲୀକୁ ଲମ୍ବି ଥିବା ସୂଚନା ମିଳିଛି।

ସୂଚନାଥାଉ କି, କିଛି ଦିନ ତଳେ ଆସ୍କା ଅଞ୍ଚଳରୁ ଆଇପିଏଲ୍‌ରେ ବେଟିଂ କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ।

You might also like