ଟିଟୋକୁ ପେଟ୍ରୋଲ ଟାଙ୍କି ମିଳିବା ପ୍ରସଙ୍ଗ: ପ୍ରତିକ୍ରିୟା ରଖିଲେ IOCL ସିଜିଏମ୍

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ଟାଙ୍କି ଦେବା ନେଇ ସିବିଆଇ ତଦନ୍ତ ସୁପାରିଶ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି IOCL ସିଜିଏମ୍ ପ୍ରୀତୀଶ ଭରତ। ସେ କହିଛନ୍ତି ଯେ, ଟିଟୋକୁ ପେଟ୍ରୋଲ ଟାଙ୍କି ଆବଣ୍ଟନ ପ୍ରକ୍ରିୟାରେ କିଛି ତ୍ରୁଟି ଥିଲା। ଏ ନେଇ ପେଟ୍ରୋଲିୟମ ମନ୍ତ୍ରାଳୟକୁ ଅବଗତ କରାଯାଇଥିଲା।

ମନ୍ତ୍ରାଳୟ ନିର୍ଦ୍ଦେଶ ଆଧାରରେ ସିବିଆଇ ତଦନ୍ତ ସୁପାରିଶ କରାଯାଇଛି ବୋଲି କହିଛନ୍ତି IOCL ସିଜିଏମ୍। ତେବେ ପେଟ୍ରୋଲ ଟାଙ୍କି ହାତେଇବାରେ ରାଜନେତାଙ୍କ ଲିଙ୍କ୍‌କୁ ଅସ୍ୱୀକାର କରିଛନ୍ତି ସେ। IOCLର ବ୍ୟତିକ୍ରମ ଥାଇପାରେ କି ପ୍ରଶ୍ନରେ ପ୍ରୀତୀଶ ଭରତ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, IOCLର ବ୍ୟତିକ୍ରମ ଥାଇପାରେ, ତେବେ ତତ୍କାଳୀନ ଅଧିକାରୀ ଆଉ ନାହାନ୍ତି। ବିସ୍ତୃତ ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ତା’ସହ ତତ୍କାଳୀନ ଜିଲ୍ଲାପାଳଙ୍କ ଆଡ଼କୁ ସିଜିଏମ୍ ଅଙ୍ଗୁଳି ନିର୍ଦ୍ଦେଶ କରିବା ସହ ଏନ୍ଓସି ଦେବା ଅଧିକାର ଜିଲ୍ଲାପାଳଙ୍କ ଅଛି ବୋଲି କହିଛନ୍ତି ପ୍ରୀତିଶ ଭରତ।

You might also like