ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବ୍ୟାପକ ଦୁର୍ନୀତି

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବ୍ୟାପକ ଦୁର୍ନୀତିର ପ୍ରମାଣ ମିଳିଛି। ଉଚ୍ଚ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରଶାନ୍ତ କୁମାର ଦାସ ରେଭେନ୍ସା ଦୁର୍ନୀତିର ତଦନ୍ତ କରୁଥିଲେ। ଦୁର୍ନୀତିର ପ୍ରମାଣ ମିଳିଥିବା ନେଇ ସେ ସୂଚନା ଦେଇଛନ୍ତି। ଗୋଟିଏ ନୁହେଁ ଏକାଧିକ କ୍ଷେତ୍ରରେ ଦୁର୍ନୀତିର ପ୍ରମାଣ ମିଳିଛି। ସପ୍ତାହକ ମଧ୍ୟରେ ସେ ତଦନ୍ତ ରିପୋର୍ଟ ଦେବେ ବୋଲି କହିଛନ୍ତି।

ସୂଚନା ମୁତାବକ, ୨୦୧୪-୧୫ରେ ବିନା ଟେଣ୍ଡରରେ କଂପ୍ୟୁଟର କିଣାଯାଇଛି। ୨୦୧୫-୧୬ରେ ଅଧ୍ୟାପକ ନିଯୁକ୍ତିରେ ବି ଅନିୟମିତତା ହୋଇଛି। ଠିକା ଅଧ୍ୟାପକଙ୍କୁ ସିଧାସଳଖ ରିଡର ଭାବେ ନିଯୁକ୍ତି ଦିଆଯାଇଛି। ୨୦୧୭-୧୮ରେ ବିନା ବିଜ୍ଞାପନରେ ଅତିଥି ଅଧ୍ୟାପକ ନିଯୁକ୍ତି ଦିଆଯାଇଥିବା ପ୍ରମାଣ ମିଳିଛି। କୁଳପତିଙ୍କ ଗସ୍ତଖର୍ଚ୍ଚରେ ମଧ୍ୟ ତଦନ୍ତକାରୀ ଅଧିକାରୀ ଦୁର୍ନୀତି ଗନ୍ଧ ବାରିଛନ୍ତି। କୁଳପତି ମାସିକ ଟ୍ୟାକ୍ସି ଭଡ଼ା ବାବଦ ୪୦ ହଜାର ଟଙ୍କା ନେଇଥିବା ଭଳି ଅଭିଯୋଗର ପ୍ରମାଣ ମିଳିଛି।

ଗତ ୨୧ ତାରିଖରେ ତଦନ୍ତ ପାଇଁ ତଦନ୍ତ ଅଧିକାରୀ ପ୍ରଶାନ୍ତ ଦାସ ରେଭେନ୍ସା ଯାଇଥିଲେ ।

 

You might also like