ଜେଲ୍ ଭିତରେ କଏଦୀଙ୍କ ଭିଡିଓ ଭାଇରାଲ୍ ଘଟଣାର ତଦନ୍ତ ଆରମ୍ଭ

କଟକ: ଚୌଦ୍ୱାର ଜେଲ୍‌ ଭିତରେ କଏଦୀଙ୍କ ଭିଡିଓ ଭାଇରାଲ ଘଟଣା ପରେ ଜେଲ୍‌ ବିଭାଗର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି। ଦୁଇଟି ଭିନ୍ନ ଭିନ୍ନ ଭିଡିଓରେ ଜେଲ୍‌ ଅନ୍ତେବାସୀଙ୍କ ପାଖରେ ମୋବାଇଲ, ଚାର୍ଜର ସମେତ ନିଶା ବଟିକା ଅତି ସହଜରେ ପହଁଞ୍ଚିପାରୁଥିବା ଜଣାପଡ଼ିଛି। କିଛି ଅନ୍ତେବାସୀଙ୍କୁ ଜେଲ୍‌ରେ ସ୍ୱତନ୍ତ୍ର ସୁବିଧା ଯୋଗାଯାଉଥିବା ମଧ୍ୟ ଭିଡିଓରେ ଅଭିଯୋଗ କରାଯାଇଛି।
ସେପଟେ ଜେଲ୍‌ ଭିତରୁ କଏଦୀଙ୍କ ଭିଡିଓ କିପରି ଭାଇରାଲ ହେଲା, ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଜେଲ୍‌ ଡିଆଇଜି ଚୌଦ୍ୱାର ଜେଲ ସୁପରିଟେଣ୍ଡେଣ୍ଟଙ୍କୁ ଡାକି ପଚରାଉଚରା କରିଛନ୍ତି। କେଉଁ ପରିସ୍ଥିତିରେ ଏହି ଭିଡିଓ ଭାଇରାଲ ହେଲା ? ଏହା ପଛରେ କାହାର ହାତ ରହିଛି ? ଏନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

You might also like