• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

କଟକ: ଜାତୀୟ ପରୀକ୍ଷା ଏଜେନ୍ସି ମିଳିତ ପ୍ରବେଶିକା ପରୀକ୍ଷା (JEE) ମେନ୍ 2021 ମାର୍ଚ୍ଚ ଅଧିବେଶନ ପାଇଁ ଫଳାଫଳ  ଘୋଷଣା ହୋଇ ସାରିଛି | ଏଇ ପ୍ରବେଶିକା ପରୀକ୍ଷାରେ ମୋଟ 13 ଜଣ ପ୍ରାର୍ଥୀ ଶହେ (100) ସ୍କୋର କରିଛନ୍ତି। ଏଇ ପରୀକ୍ଷାରେ କଟକ ସହର  ଶ୍ରୀବିହାର କଲୋନୀରେ ରହୁଥିବା ଦେବାଶିଷ ପଣ୍ଡା 99.959166 ପ୍ରତିଶତ ସ୍କୋର ସହ ଶୀର୍ଷରେ ରହି ରାଜ୍ୟ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ ।
ଭୁବନେଶ୍ୱରର ଓଡିଏମ୍ ପବ୍ଲିକ୍ ସ୍କୁଲର ଛାତ୍ର ଦେବାଶିଷ ଏଇ ସଫଳତା ବିଷୟରେ  OTV କୁ କହିଛନ୍ତି, “ମୋର ସ୍ୱପ୍ନ ସାକାର ହୋଇଥିବାରୁ ମୁଁ ଖୁସି। ପରୀକ୍ଷାରେ ସଫଳତା ଆଣିବା  ପାଇଁ ମୁଁ ପ୍ରକୃତରେ କଠିନ ପରିଶ୍ରମ କରିଥିଲି | ଯଦିଓ ମୁଁ ଅଧ୍ୟୟନ ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟ ସାରଣୀ ଅନୁସରଣ କରି ନ ଥିଲି, ତଥାପି ମୁଁ ନିୟମିତ ଆଠରୁ ଦଶ ଘଣ୍ଟା ପଢୁଥିଲି"।
ତାଙ୍କ ସଫଳତାର ଶ୍ରେୟ ତାଙ୍କ ପିତାମାତା, ବିଦ୍ୟାଳୟ ଏବଂ କୋଚିଂ ଇନଷ୍ଟିଚ୍ୟୁଟ୍ ଶିକ୍ଷକମାନଙ୍କୁ ପ୍ରଦାନ କରି ଦେବାଶିଷ କହିଛନ୍ତି ଯେ, ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଆଇଆଇଟି ପ୍ରବେଶିକା ପରୀକ୍ଷା - JEE ଆଡଭାନ୍ସ 2021 ରେ ସଫଳତା ପାଇବା  ଯାହା ପାଇଁ ପ୍ରସ୍ତୁତି ଜୋରରେ ଚାଲିଛି |
ଦେବାଶିଷ କହିଛନ୍ତି ଯେ, ମୁଁ JEE ଆଡଭାନ୍ସ ପାଇଁ ପ୍ରସ୍ତୁତ ହେଉଛି ଏବଂ ଭବିଷ୍ୟତରେ ବୈଜ୍ଞାନିକ ହୋଇ  ମୋ ଦେଶ ତଥା ରାଜ୍ୟକୁ ଗର୍ବିତ କରିବାକୁ ଚାହୁଁଛି। ଦେବିଶିଶ କହିଛନ୍ତି ଯେ କୋଭିଡ -19 ଲକଡାଉନ ଯୋଗୁଁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା ।  “କିନ୍ତୁ ଏହା ମୋତେ ପ୍ରସ୍ତୁତି ପାଇଁ ଏକ ବଡ଼ ସୁଯୋଗ ଦେଇଥିଲା "ବୋଲି ସେ କୁହନ୍ତି।

ଦେବାଶିଷ କୁହନ୍ତି, "ସାଧାରଣତଃ ଆମେ ଯେତେବେଳେ ସ୍କୁଲ ବା ଟ୍ୟୁସନ ପଢିବାକୁ ଯାଉ ସେତେବେଳେ ଅନେକ ସମୟ ନଷ୍ଟ ହୁଏ  । ଲକଡାଉନ ମୋର ଅନେକ ସମୟ ବଂଚେଇ ଦେଲା ଯାହା ପାଇଁ ମୁଁ ଘରେ ରହି ଅନେକ ସମୟ ପାଇଲି ପଢିବାକୁ ଓ ରିଭିଜନ କରିବାକୁ।"
“ ଜଣେ ଯେତେବେଳେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଏ ସେତେବେଳେ ସଫଳତା ଏବଂ ବିଫଳତା ଉଭୟ ହେବାର ସମ୍ଭାବନା ଥାଏ। ତେବେ ଏଇ କ୍ଷେତ୍ରରେ  ଆଶା ହରାଇବା ଉଚିତ୍ ନୁହେଁ ଏବଂ ଦୃଢ଼ ଆତ୍ମବିଶ୍ୱାସ ସହିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଉଚିତ୍ ବୋଲି ସେ  ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଚଳିତ ବର୍ଷ NTA ଚାରିଥର ପରୀକ୍ଷା ପରିଚାଳନା କରିବ ଏବଂ ଯଦି ଜଣେ ପ୍ରାର୍ଥୀ ଏକାଧିକ ଥର ପରୀକ୍ଷା ପାଇଁ ଆସନ୍ତି, ତେବେ ପ୍ରାପ୍ତ ହୋଇଥିବା ଶ୍ରେଷ୍ଠ ସ୍କୋରକୁ ଆଡମିଶନ ପାଇଁ ବିଚାର କରାଯିବ ।
ମାର୍ଚ୍ଚ 18 ପର୍ଯ୍ୟନ୍ତ ଛଟି ପର୍ଯ୍ୟାୟରେ   ଅନୁଷ୍ଠିତ ମାର୍ଚ୍ଚ ସେସନ  ପରୀକ୍ଷା ପାଇଁ ମୋଟ 6,19,638 ଲକ୍ଷ ପ୍ରାର୍ଥୀ ପଞ୍ଜୀକୃତ ହୋଇଥିଲେ। ଏହି ପରୀକ୍ଷା ଭାରତ ବାହାରେ 12 ଟି ସହର ଯଥା  ବାହରାଇନ୍, କଲମ୍ବୋ, ଦୋହା, ଦୁବାଇ, କାଠମାଣ୍ଡୁ, କୁଆଲାଲମପୁର ସମେତ 334 ଟି ସହରରେ କରାଯାଇଥିଲା।
ଏହି ପରୀକ୍ଷାଗୁଡ଼ିକରେ 707 ପର୍ଯ୍ୟବେକ୍ଷକ, 261 ନଗର ସଂଯୋଜକ, 19 ଆଞ୍ଚଳିକ  ସଂଯୋଜକ, ଛ  ଜଣ ସ୍ୱତନ୍ତ୍ର ସଂଯୋଜକ ଏବଂ ଦୁଇ ଜାତୀୟ ସଂଯୋଜକ ନିୟୋଜିତ ହୋଇଥିଲେ |

Interview-with-jee-odisha-topper-debasis-panda
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories