କୋଭିସିଲ୍ଡ ୨ୟ ଡୋଜ୍‌କୁ ନେଇ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗ ACS

ପ୍ରଥମ ଡୋଜର ୪ରୁ ୬ ସପ୍ତାହ ପରେ ୨ୟ ଡୋଜ୍ ନେବା ନିୟମ ଥିଲା

  • କୋଭିସିଲ୍ଡ ୨ୟ ଡୋଜ୍ ନେଇ ଚିଠି ଲେଖିଲେ ସ୍ୱାସ୍ଥ୍ୟ ବିଭାଗ ACS
  • ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏମ୍ଓ ମାନଙ୍କୁ ଲେଖିଲେ ଚିଠି
  • କୋଭିସିଲଡ ଟିକାର ୨ୟ ଡୋଜ୍ ପୁନଃ ନିର୍ଦ୍ଧାରଣ ସଂପର୍କରେ ଜଣାଇଲେ
  • ପ୍ରଥମ ଡୋଜର ୪ରୁ ୬ ସପ୍ତାହ ପରେ ୨ୟ ଡୋଜ୍ ନେବା ନିୟମ ଥିଲା
  • ଏବେ ୪ରୁ ୮ ସପ୍ତାହ ମଧ୍ୟରେ ୨ୟ ଡୋଜ୍ ନେବାକୁ ନିୟମ କରାଯାଇଛି
  • ଏନେଇ ଜନସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ACS

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗ ACS ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏମ୍ଓ ମାନଙ୍କୁ ଚିଠି ଲେଖି ଟିକାର ୨ୟ ଡୋଜ୍ ପୁନଃ ନିର୍ଦ୍ଧାରଣ ସଂପର୍କରେ ଜଣାଇଛନ୍ତି। ପୂର୍ବରୁ କୋଭିସିଲଡ୍ ପ୍ରଥମ ଡୋଜର ୪ରୁ ୬ ସପ୍ତାହ ପରେ ୨ୟ ଡୋଜ୍ ନେବା ନିୟମ ଥିଲା କିନ୍ତୁ ଏବେ ୪ରୁ ୮ ସପ୍ତାହ ମଧ୍ୟରେ ୨ୟ ଡୋଜ୍ ନେବାକୁ ନିୟମ କରାଯାଇଛି। ଏନେଇ ଜନସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟ ବିଭାଗ ACS ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମାନଙ୍କୁ ଚିଠି ଲେଖିଛନ୍ତି।

ସେପଟେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଏସ୍ସିବି ମେଡିକାଲରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଏସ୍ସିବି ମେଡିକାଲ ଆଖି ବିଭାଗର ଚତୁର୍ଥ ମହଲାରେ କରୋନା ଓ୍ୱାର୍ଡ କରାଯାଇଛି। ସେଠାରେ ଗୋଟିଏ ପଟେ ଆଇସୋଲେସନ ଓ୍ୱାର୍ଡ ଓ ଅନ୍ୟ ପଟେ କରୋନା ୱାର୍ଡ ପାଇଁ ବ୍ୟବସ୍ଥା ହୋଇଛି। କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମୋଟ ୭୫ଟି ବେଡ୍ ଓ ସେଥିରୁ ୨୩ ଟି ଆଇସିୟୁ ବେଡ୍ ରହିଛି। ଯଦି ସଂକ୍ରମିତଙ୍କ ସଂଖ୍ୟା ବଢ଼େ ତେବେ ଅଧିକ ସଂଖ୍ୟକ ବେଡ୍ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଏସ୍ସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା।

ଗୋଟିଏ ପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ଆଉ ଅନ୍ୟପଟେ ଭ୍ୟାକ୍ସିନକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ସରକାର। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଆଜି ରେକର୍ଡ ସଂଖ୍ୟକ ବୃଦ୍ଧି ଘଟିଛି। ଦୀର୍ଘମାସ ପରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧୫୦ ଟିପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୭୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୯୯ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୭୧ ଲୋକାଲ କେସ ରହିଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ତେବେ କରୋନା ସଂକ୍ରମିତଙ୍କ ଉପରେ ଲଗାତାର ଭାବରେ ନଜର ରଖିଛନ୍ତି ସରକାର।

You might also like