ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ
ଭୁବନେଶ୍ୱର: ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିଛି। ରାଜ୍ୟରୁ କୌଣସି ବସ୍ ବାହାରି ରାଜ୍ୟକୁ ଗଡ଼ିବ ନାହିଁ। ଏନେଇ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି।
ତେବେ ଆଜି ‘ଜନତା କର୍ଫ୍ୟୁ’ ପାଇଁ ବସ୍, ଟ୍ୟାକ୍ସି, ଅଟୋ, ଘରୋଇ ଯାନ ଗୁଡ଼ିକ ଚଳାଚଳ ବନ୍ଦ ରହିଛି। ଫଳରେ କଟକର ବାଦମବାଡ଼ି ଓ ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ଜନଶୂନ୍ୟ ହୋଇ ପଡ଼ିଛି। ଗାଁଠୁ ସହର ସବୁ ସ୍ଥାନରେ ବଜାର ଓ ଗାଡ଼ିମୋଟର ବନ୍ଦ ରହିଛି।
ଏଥିସହିତ ମାର୍ଚ୍ଚ ୩୧ ଯାଏ ଦେଶଅ କୌଣସି ଟ୍ରେନ୍ ମଧ୍ୟ ଗଡ଼ିବ ନାହିଁ। ସମସ୍ତ ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ୍ ସହିତ ଇଣ୍ଟରସିଟିକୁ ମଧ୍ୟ ବାତିଲ କରି ଦିଆଯାଇଛି। ସବୁ ପାସେଞ୍ଜର ଟ୍ରେନ୍ ବି ବାତିଲ ହୋଇଛି। ତେବେ ମାଲବାହୀ ଟ୍ରେନ ଗୁଡ଼ିକ ପୂର୍ବପରି ଚଳାଚଳ କରିବ।
ଏନେଇ କେନ୍ଦ୍ର ସରକାର ମଧ୍ୟ ଏକ ପ୍ରସ୍ ରିଲିଜ୍ ଜାରି କରିଛନ୍ତି। ଯେଉଁଥିରେ କୋଭିଡ୍-୧୯କୁ ରୋକିବା ପାଇଁ ଆନ୍ତଃରାଜ୍ୟ ବସ୍ ଚଳାଚଳକୁ ବନ୍ଦ ରିଖିବା ଜରୁରୀ ବୋଲି କୁହାଯାଇଛି। ଏଥିପାଇଁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।