ବଲାଙ୍ଗିରରେ ଆର୍ନ୍ତଜାତୀୟ ପର୍ବତାରୋହଣ ଦିବସ ପାଳିତ

ବଲାଙ୍ଗିର : ବଲାଙ୍ଗିରରେ ପାଳିତ ହୋଇଯାଇଛି ଆର୍ନ୍ତଜାତୀୟ ପର୍ବତାରୋହଣ ଦିବସ। ସର୍କିଟ ହାଉସ୍‌ ଠାରେ ପାଳିତ ଏହି ଉତ୍ସବରେ ଯୋଗ ଦେଇଥିଲେ ଆର୍ନ୍ତଜାତୀୟ ପର୍ବତାରୋହୀ ଯୋଗଭ୍ୟାସ ଭୋଇ। ଯୋଗଭ୍ୟାସଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ପର୍ବତାରୋହୀ ଦଳ ବଲାଙ୍ଗିରର ମଠଖାଇ ପାହାଡକୁ ଚଢିବା କାର୍ଯ୍ୟକ୍ରମ ରହିଛି।

ଏହି ପର୍ବତାରୋହଣ କାର୍ଯ୍ୟକ୍ରମକୁ ବଲାଙ୍ଗିର ବନଖଣ୍ଡ ଅଧିକାରୀ ସମୀର ଶତପଥୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।୧୦ ଜଣ ପର୍ବତାରୋହୀ ମଠଖାଇ ପର୍ବତ ଉପରକୁ ଚଢିବା ସହିତ ସେ ସଂର୍ପକରେ ଜ୍ଞାନ ଆହରଣ କରିବେ।

ଆଗାମୀ ଦିନରେ ବଲାଙ୍ଗିରର ମଠଖାଇ ପାହାଡରେ ପର୍ବତାରୋହଣ ତାଲିମ୍‌ କେନ୍ଦ୍ର ଖୋଲିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଯୋଗଭ୍ୟାସ ଭୋଇ। ଏହାଦ୍ୱାରା ଜଙ୍ଗଲ ବିଭାଗ କର୍ମଚାରୀ ଜଙ୍ଗଲର ଯେଉଁ ସ୍ଥାନକୁ ଯାଇ ପାରୁନାହାନ୍ତି, ପର୍ବତାରୋହଣ ଦ୍ୱାରା ମଠଖାଇ ପାହାଡ ସଂର୍ପକରେ ଅଧିକ କିଛି ତଥ୍ୟ ମିଳିପାରିବ ବୋଲି କହିଛନ୍ତି ବଲାଙ୍ଗିର ଡିଏଫ୍ଓ।

You might also like