ଖୁବ୍‌ ଶୀଘ୍ର ସ୍ୱାଭାବିକ ହେବ ବସ୍ ଚଳାଚଳ

ଭୁବନେଶ୍ୱର: ଖୁବ୍‌ ଶୀଘ୍ର ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ବସ୍ ଚଳାଚଳ କରିବ। ଏହାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ସାରା ଦେଶରେ ଲକ୍‌ଡାଉନ୍‌ ୪.୦ ଲାଗୁ ହେବା ପରେ ବସ୍ ଚାଲିବ କି ନାହିଁ, ସେହି ନିଷ୍ପତ୍ତି ନେବାର ଅଧିକାର ରାଜ୍ୟ ସରକାରଙ୍କୁ ଦିଆଯାଇଛି। ତେଣୁ ବସ୍ ସେବା ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।

କିନ୍ତୁ ପୂର୍ବ ନିୟମ ଅନୁସାରେ, ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ କରିବାର ନିୟମ ବଳବତ୍ତର ଥିବା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

ଆହୁରି ମଧ୍ୟ ପଢ଼ନ୍ତୁ: ଆଜିଠୁ ଲକ୍‌ଡାଉନ୍‌ ୪.୦: ପୂର୍ବ କଟକଣାରେ ସାମାନ୍ୟ କୋହଳ, ରାଜ୍ୟକୁ ମିଳିଲା ଜୋନ୍ ଘୋଷଣାର ଅଧିକାର

You might also like