ଦିନ ୧୧ଟାରୁ ଗଡ଼ିବନି ଆନ୍ତଃରାଜ୍ୟ ବସ୍

ଭୁବନେଶ୍ୱର: କରୋନା ସତର୍କତା ସୂରୁପ ଆଜି ଦିନ ୧୧ଟାଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ । ରାଜ୍ୟ ଭିତରକୁ ଗଡିବନି କୌଣସି ବାହାର ରାଜ୍ୟର ବସ୍ । ସେହିପରି ରାଜ୍ୟ ଭିତରୁ ବାହାର ରାଜ୍ୟକୁ ବି ଯିବନି ବସ୍ । ଏପଟେ ରାଜ୍ୟରେ ଲକ ଡାଉନ ବେଳେ ମାଲବାହୀ ଯାନ ଉପରେ ଲାଗିବନି କୌଣସି କଟକଣା ।

ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ କୌଣସି ବାଧା ନଉପୁଜିବା ପାଇଁ ମାଲବାହୀ ଯାନବାହନ ଉପରେ କୌଣସି କଟକଣା ଲାଗିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । କୋଭିଡ୍ -୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି କହିଛନ୍ତି ମାଲବାହୀ ଯାନ ସୂଚାରୁ ରୂପେ ଚଳାଚଳ କରିବ। ଏହାର ତଦାରଖ କରିବାକୁ ଏକ କ୍ଷମତାସଂପନ୍ନ କମିଟି ଗଠିତ ହୋଇଛି । ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ପାଇକାରୀ ଦୋକାନ ବା ହୋଲ୍‌ସେଲ୍‌ ମାର୍କେଟ୍ ଗୁଡ଼ିକ ପର୍ଯ୍ୟାୟ କ୍ରମେ ସମୟସାରଣୀ ମୁତାବକ ୨୪ ଘଣ୍ଟା ଖୋଲା ରହିବ ବୋଲି ସେ କହିଛନ୍ତି ।

You might also like