ଭୁବନେଶ୍ୱର: କମିବ ବର୍ଷାର ପରିମାଣ। ୨୬ ତାରିଖ ଆଡ଼କୁ ବର୍ଷାର ପରିମାଣ ଧୀରେ ଧୀରେ କମିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଗକୁ ଦୀପାବଳି ଥିବାରୁ ବର୍ଷା ଦୀପାବଳିକୁ ଫିକା କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା।
ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ଜଗତସିଂହପୁର। ତେବେ ଆଭ୍ୟନ୍ତରୀଣ ଓଡ଼ିଶାର ସ୍ୱଳ୍ପ ଧରଣର ବର୍ଷା ହୋଇପାରେ।
ଗତ ୨ ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଘୁଚାପ ଜନିତ ଏହି ବର୍ଷାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲା। ତୁହାକୁ ତୁହା ବର୍ଷା ଲାଗି ରହିବା ଫଳରେ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି।
https://youtu.be/BFC631wb1-g