ଏହିସବୁ କ୍ଷେତ୍ରରେ ଲାଗୁ ହେବନି ୫୦ ପ୍ରତିଶତ କର୍ମଚାରୀ ନିୟମ

ଭୁବନେଶ୍ୱର: ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ କାର୍ଯ୍ୟ ଚଳାଇବା ନିର୍ଦ୍ଦେଶ ପ୍ରସଙ୍ଗରେ ସଂଶୋଧନ କରିଛନ୍ତି ସରକାର। କେତେକ ବିଭାଗରେ ଏହି ନିୟମ ଲାଗୁ ହେବନାହିଁ ବୋଲି ଜିଏ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। କେବଳ ପ୍ରଶାସନିକ କାର୍ଯ୍ୟ ଚାଲୁଥିବା ଅଫିସ୍‌ରେ ଏହି ନିୟମ ଲାଗୁ ହେବ। ଏଠାରେ କେବଳ ୫୦% ଷ୍ଟାଫ୍ କାମ କରିବାର ନିୟମ ମାନିବାକୁ ପଡ଼ିବ।

ତେବେ ଅତ୍ୟାବଶ୍ୟକୀୟ ବିଭାଗରେ ଏହି ନିୟମ ଲାଗୁ ହେବ ନାହିଁ। ପୋଲିସ୍, ଅଗ୍ନିଶମ, ସ୍ୱାସ୍ଥ୍ୟ, ପୌର ଅଫିସ୍‌ରେ ୫୦% ଷ୍ଟାଫ୍‌ ନିୟମରେ ଲାଗୁ ହେବ ନାହିଁ ବୋଲି ଜିଏ ସ୍ପଷ୍ଟ କରିଛି। ସେହିଭଳି ଅନ୍ୟ ଅତ୍ୟାବଶ୍ୟକୀୟ ସେବା ଅଫିସ୍‌ରେ ମଧ୍ୟ ପୂରା କର୍ମଚାରୀ କାମ କରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟର ଅଧିକାଂଶ ଜିଲ୍ଲାରେ ଦିନକୁ ଦିନ ଅଧିକରୁ ଅଧିକ ସରକାରୀ ଅଫିସର୍ କରୋନାରେ ଆକ୍ରାନ୍ତ ହେବା ପରେ ୫୦ ପ୍ରତିଶତ କର୍ମଚାରୀ ସହିତ ଅଫିସ୍ ଚଳାଇବାକୁ ଗତକାଲି ନିର୍ଦ୍ଦେଶ ଦିଆଯାଇଥିଲା।ଲୋକସେବା ଭବନରୁ ଆରମ୍ଭ କରି ଜିଲ୍ଲାସ୍ତରରେ ଥିବା ସରକାରୀ ଅଫିସ୍ ସବୁ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ। ଅନ୍ୟ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଅଫିସ୍‌ରେ ସାମାଜିକ ଦୂରତ୍ୱ ରଖିବା, ମାସ୍କ ପିନ୍ଧିବା, ହାତକୁ ବାରମ୍ବାର ଧୋଇବା ଭଳି କୋଭିଡ୍ ନିୟମ ମାନିବାକୁ କୁହାଯାଇଛି।

ଏସବୁ ଠିକ୍‌ରେ ଲାଗୁ ହେଉଛି କି ନାହିଁ, ସେଥିପାଇଁ ପ୍ରତି ଅଫିସ୍‌ରେ ନିଯୁକ୍ତ ହେବେ ଜଣେ ଜଣେ କୋଭିଡ୍ କଂପ୍ଳାଏନ୍ସ ଅଫିସର୍। ସେ ପ୍ରତିଦିନ ଯାଞ୍ଚ କରି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସପ୍ତାହିକ ରିପୋର୍ଟ ଦେବେ ବୋଲି ନିଷ୍ପତ୍ତି ହୋଇଛି।

ତେବେ ଏହି ନିଷ୍ପତ୍ତିର ଗୋଟି ଦିନ ପରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ କାର୍ଯ୍ୟ ଚଳାଇବା ନିର୍ଦ୍ଦେଶରେ ସଂଶୋଧନ କରି କେବଳ ପ୍ରଶାସନିକ କାର୍ଯ୍ୟ ଚାଲୁଥିବା ଅଫିସ୍‌ରେ ଏହି ନିୟମ ଲାଗୁ ହେବ। ଅତ୍ୟାବଶ୍ୟକୀୟ ବିଭାଗରେ ଏହି ନିୟମ ଲାଗୁ ହେବ ନାହିଁ ବୋଲି ଜିଏ କହିଛି।

ଆହୁରି ପଢ଼ନ୍ତୁ

କାହିଁକି ଦେବୀଙ୍କ ଘରେ ପଶିଲା CBI ?

ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍‌ ବ୍ୟବହାର କରାଯାଇ ବୋଲେରୋରେ ଏମିତି ଚାଲାଣ ହେଉଥିଲା ଗଞ୍ଜେଇ

ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ CBI ରେଡ୍‌

ପ୍ରକାଶ ପାଇଲା +୨ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

‘ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି’

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

You might also like