• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ରାୟଗଡ଼ା/ମୟୂରଭଞ୍ଜ: ରାଜ୍ୟରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ସ୍ୱାସ୍ଥ୍ୟସେବା। କେଉଁଠି ଡାକ୍ତର ନହାନ୍ତି ତ ଆଉ କେଉଁଠି ବେଡ୍ ନାହିଁ। କେଉଁଠି ରୋଗୀ ଡଷ୍ଟବିନ୍‌ ପାଖେ ଶୋଇଛି ତ କେଉଁଠି ବାରଣ୍ଡାରେ ଶୋଇଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ଯେତେ ଅଭିଯୋଗ ଆଣିଲେ, ଆନ୍ଦୋଳନ କଲେ ବି ଏଇ ଡାକ୍ତରଖାନା ସମସ୍ୟାର ସମାଧାନ ହେଉନାହିଁ କି ରୋଗୀଙ୍କ ଦୁଃଖର ଅନ୍ତ ହେଉନାହିଁ। 

ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ୱାର୍ଡରେ ବେଡ୍ ଅଭାବ ଯୋଗୁଁ ରୋଗୀ ତଳେ ଶୋଇଛନ୍ତି। ଏପରିକି କେତେକ ରୋଗୀ ଡଷ୍ଟବିନ ପାଖେ ଅସ୍ୱାସ୍ଥ୍ୟକର ପରିବେଶରେ ଶୋଇଥିବା ଦେଖିବାକୁ ମିଳିଛି।   ମେଡିସିନ୍ ବିଭାଗରେ ମୋଟ ୩୭ଟି ବେଡ୍ ଥିବା ବେଳେ ଦୈନିକ ଶହ ଶହ ରୋଗୀ ଏଠାକୁ ଆସୁଛନ୍ତି । ବେଡ୍‌ ଅଭାବରୁ ରୋଗୀଙ୍କୁ ତଳେ ଶୁଆଇ ଚିକିତ୍ସା କରିବାକୁ ପଡୁଛି।

ସେପଟେ ବର୍ଷା ଋତୁ ଯୋଗୁଁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପରିସ୍ଥିତିକୁ ସମ୍ଭାଳିବା ପାଇଁ  ଜରୁରୀକାଳିନ ପ୍ରକୋଷ୍ଠ ଖୋଲାଯାଇ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସିଡିଏମ୍ଓ ଡାକ୍ତର ଶକ୍ତିବ୍ରତ ମହାନ୍ତି ।

ସେହିପରି ମୟୂରଭଞ୍ଜ ଜିଲ୍ଲା ଉଦଳା କପ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ଆହୁରି ସଂଘାତିକ। ବାରଣ୍ଡାରେ ଗଡୁଛନ୍ତି କୁନିକୁନି ଶିଶୁ । ଏପଟେ ତଳେ ପଡ଼ିଛନ୍ତି ମହିଳା। ଖୋଲୁନି ମହିଳା ପ୍ରସୂତି ଓ ଶିଶୁ ବିଭାଗର ତାଲା।  ଡାକ୍ତର ନଥିବାରୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ନିରାଶ ହୋଇ ଫେରୁଛନ୍ତି ରୋଗୀ।

କେବଳ ଏହି ବିଭାଗ ନୁହେଁ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଏମିତି ତାଲା ଝୁଲୁଛି। ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଜଣ ଡାକ୍ତର ନିଯୁକ୍ତି ପାଇଥିବାବେଳେ ଜଣେ ଡେପୁଟେସନ୍‌ରେ ଯାଇଛନ୍ତି । ଜଣେ ଏମ୍‌ବିଏସ୍ ଡାକ୍ତର ଓ ଆଉ ଜଣେ ଆୟୁଷ୍‌ ଡାକ୍ତରଙ୍କୁ ନେଇ ଚାଲିଛି ରୋଗୀସେବା।

କେଉଁଠି ଡାକ୍ତର ଅଛନ୍ତି ହେଲେ ବେଡ୍ ନାହିଁ ଆଉ କେଉଁଠି ଡାକ୍ତର ନଥିବାରୁ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ରୋଗୀ। ଏଭଳି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସୁଧାର ଲାଗି ସରକାର ଯଥାଶୀଘ୍ର ପଦକ୍ଷେପ ନେବାକୁ ଦାବି ହୋଇଛି।

 

 

Insecure-hospital-where-there-no-of-doctor-and-bed
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories