ଅାଜିଠୁ ତଦନ୍ତ ଅାରମ୍ଭ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ

ପୁରୀ : ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ଜଷ୍ଟିସ୍‌ ରଘୁବୀର ଦାଶ କମିଶନ ଅାଜିଠୁ ତଦନ୍ତ ଅାରମ୍ଭ କରିଛନ୍ତି।  ଅାଜି ପ୍ରଥମ ଶୁଣାଣି ପରେ ସେ କହିଛନ୍ତି, ପ୍ରଶାସନ ପକ୍ଷରୁ ସତ୍ୟପାଠ ଦାଖଲ ହୋଇନାହିଁ।  ଅାଗରୁ ଦାଖଲ ହୋଇଥିବା ୪ଟି ସତ୍ୟପାଠ ତଥ୍ୟ ଭିତ୍ତିକ ନୁହେଁ। ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି।

ଅାସନ୍ତା ୭ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି। ଅାଜି ପୁରୀ ସର୍କିଟ୍‌ ହାଉସରେ ଶୁଣାଣି କରିଥିଲେ ଜଷ୍ଟିସ୍‌ ରଘୁବୀର ଦାଶ। ଶୁଣାଣି ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ଏଡିଏମ୍, ଉପଜିଲ୍ଲାପାଳ ଓ ନୀତି ପ୍ରଶାସକ ମଧ୍ୟ ଉପସ୍ଥିତ ଥିଲେ।

You might also like