ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବାରିପଦା: ଗାଈ ପଛରେ ଆଖି। ଶିମିଳିପାଳରେ ଗାଈଗୋରୁଙ୍କ ଦେହରେ କରାଯାଉଛି ଟାଟୁ। ଗାଈ ପଛପଟେ ରଙ୍ଗ ତୁଳୀରେ କୃତ୍ରିମ ଆଖି ତିଆରି କରାଯାଇ ଶିକାରୀ ଜନ୍ତୁଙ୍କ ଠାରୁ ନିଜର ଗୃହପାଳିତ ପଶୁଙ୍କୁ ରକ୍ଷା କରିବାପାଇଁ କରାଯାଉଛି ଅଭିନବ ପ୍ରୟାସ।

ଏବେ ଗୋଟିଏ ଗାଁରୁ ଅନ୍ୟ ଗାଁର ଲୋକ ଏହିଭଳି ପ୍ରୟାସକୁ ଆପଣାଇଥିବା ବେଳେ ଲୋକଙ୍କୁ ସଚେତନ କରାଉଛନ୍ତି ଯୁବ ପରିବେଶ କର୍ମୀ ଅଭିଷେକ ଆଚାର୍ଯ୍ୟ।

ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦେବାପାଇଁ ଏହିଭଳି ଅଭିନବ ଉପାୟ ଲୋକଙ୍କ ବେଶ ପସନ୍ଦ ଆସୁଛି। ଆଉ ଲୋକେ ମଧ୍ୟ ଏବେ ନିଜ ନିଜ ଗାଈଗୋରୁଙ୍କୁ ଏହିଭଳି ଚିତ୍ର ଆଙ୍କି ଜଙ୍ଗଲକୁ ଚରାଇବାକୁ ନେଉଥିବାର ଦେଖିବାକୁ ମିଳୁଛି।

You might also like