• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଅନୁଗୁଳ: ଦିନେ ନୁହେଁ କି ଦୁଇ ଦିନ ନୁହେଁ, ଦୀର୍ଘ ୪ ମାସ ବିତିଗଲାଣି। ଯନ୍ତ୍ରଣାରେ ଛଟପଟ ହେଉଛି ଛୋଟି ଝିଅଟି।  କାରଣ ଶରୀରରେ ଭାଙ୍ଗି ରହିଛି ଇଞ୍ଜେକସନ୍ ଛୁଞ୍ଚି । ଅନେକ ଜାଗାରେ ଚିକିତ୍ସା କରାଇଲେଣି ପରିବାର ଲୋକେ। ହେଲେ କିଛି ଲାଭ ହେଉନି। ଅନୁଗୁଳର ଏକ ଘରୋଇ କ୍ଲିନିକ କର୍ମଚାରୀଙ୍କ ତ୍ରୁଟି ପାଇଁ ଝିଅଟି ଏମିତି କଷ୍ଟ ପାଉଛି ବୋଲି କହିଛନ୍ତି ପରିବାର ଲୋକେ।

ଅନୁଗୁଳ ଜିଲ୍ଲା ତାଳଚେର ବାଲୁଙ୍ଗା ଗାଁର ନିରଞ୍ଜନ ବେହେରା ଓ ସୁମିତ୍ରାଙ୍କ ‌ଅଲିଅଳି ଝିଅ ଶାଳିନୀ। ବୟସ ମାତ୍ର ୫ ବର୍ଷ। ହେଲେ ଏଇ ବୟସରେ ଭୋଗୁଛି ଅସହ୍ୟ କଷ୍ଟ। ଝିଅର କଷ୍ଟ ଦେଖି ବାପା-ମା’ଙ୍କ ଆଖିରୁ ଲୁହ ଶୁଖୁନି।

କିଛି ଦିନ ତଳେ ଶାଳିନୀ ଝିଅ ଦେହ ଅସୁସ୍ଥ ହେବାରୁ ତାଳଚେର ଗୋପାଳପ୍ରସାଦର ଏକ ଘରୋଇ କ୍ଲିନିକକୁ ଚିକିତ୍ସା ପାଇଁ ନେଇଥିଲେ ବାପା। ଡାକ୍ତରଙ୍କ ପରାମର୍ଶ ଅନୁସାରେ କ୍ଲିନକରେ କାର୍ଯ୍ୟରତ ଜଣେ କର୍ମଚାରୀ ଶିଶୁକୁ ଇଞ୍ଜେକସନ ଦେଇଥିଲେ ।ହେଲେ ଇଞ୍ଜେକସନ ଦେବା ବେଳେ ଛୁଞ୍ଚିଟି ଭାଙ୍ଗି ଯାଇ ଶିଶୁର ଶରୀରରେ ରହିଗଲା। ସେତେବେଳେ ଡାକ୍ତର ଆଶ୍ୱାସନା ଦେଇଥିଲେ, ଇଞ୍ଜେକସନ ଦିଆଯାଇଥିବା ସ୍ଥାନରୁ ଛୁଞ୍ଚିଟି ଆପେ ବାହାରିଯିବ । ଛୁଞ୍ଚିଟି ନବାହାରିବାରୁ ଏନେଇ ସମ୍ପୃକ୍ତ ଡାକ୍ତରଙ୍କୁ ଜଣାଇବାରୁ ଅନୁଗୁଳର ଏକ ଘରୋଇ ନର୍ସିଂହୋମକୁ ନେଇ ସେଠାରେ ସେ ଅପରେସନ କରାଇଥିଲେ । ମାତ୍ର ଛୁଞ୍ଚି ବାହାରି ନ ଥିଲା। ସେଠାରୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ନେଇଥିଲେ। ସେଠାରୁ ବି ନିରାଶ ହୋଇଥିଲେ। ଏହା ପରେ ଅନୁଗୁଳ ମେଡିକାଲ, କଟକ ଶିଶୁଭବନ ଓ ଏସ୍‌ସିବିକୁ ନେଇଥିଲେ। ସବୁଠାରୁ ନିରାଶ ହେବା ପରେ ଏବେ ଭଗବାନଙ୍କ ଉପରେ ଝିଅର ଭାଗ୍ୟକୁ ଛାଡି ଦେଇଛନ୍ତି ପରିବାର ଲୋକେ ।


ଅନ୍ୟପଟେ ଆର୍ଥିକ ଅନଟନ, ଅନ୍ୟପଟେ ଝିଅର କଷ୍ଟ। ରାତି ହେଲେ ଯନ୍ତ୍ରଣା ବଢୁଛି। ବିକଳ ହୋଇ ଝିଅ କାନ୍ଦୁଛି। ପିଲାର କଷ୍ଟ ଦେଖି ବାପା-ମା’ କେବଳ ଆଖିରୁ ଲୁହ ଗଡ଼ାଉଛନ୍ତି ସିନା କିଛି କରି ପାରୁନାହାନ୍ତି। ଅଭାବ ସତ୍ତ୍ୱେ କ’ଣ  ସବୁକିଛି ଦେଇ ଝିଅର ଚିକିତ୍ସା କରାଇଲେ। ହେଲେ କିଛି ଲାଭ ହେଲାନି। ତେଣୁ ପ୍ରଶାସନର ସହଯୋଗ ମିଳିଲେ ଶିଶୁକନ୍ୟାଟି ଭଲ ହୋଇପାରନ୍ତା ବୋଲି କହନ୍ତି ସ୍ଥାନୀୟ ଲୋକେ ।

ଏପଟେ ସହକାରୀ ଜିଲ୍ଲାପାଳ ଗୌରୀ ନାୟକ କହିଛନ୍ତି, ପିଲାଟି କେମିତି ଭଲ ହେବ, ସେନେଇ ଦୃଷ୍ଟି ଦିଆଯାଉଛି। ସାମାଜିକ କର୍ମୀଙ୍କ ମାଧ୍ୟମରେ କଟକ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିଥିଲେ ବୋଲି କହିଛନ୍ତି ସହକାରୀ ଜିଲ୍ଲାପାଳ। ସର୍ଜରୀ ୱାର୍ଡରେ ଅପରେସନ କରାଯିବ । ମାତ୍ର ସର୍ଜରୀ ୱାର୍ଡରେ ଥିବା ସିଏସଆର ମେସିନ ଖରାପ ହୋଇ ଯାଇଥିବାରୁ ଅପରେସନରେ ବିଳମ୍ବ ହେଉଛି ବୋଲି କହିଥିଲେ।
ସୂଚନାଥାଉ କି, ପୂର୍ବରୁ ମଧ୍ୟ ଅନୁଗୁଳରେ ସମାନ ଏକ ଘଟଣା ଘଟିଥିଲା । ଆଠମଲ୍ଲିକ ବ୍ଲକ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ନର୍ସଙ୍କ ଦାୟିତ୍ୱହୀନତା ଲାଗି ଏକ ଛୋଟ ପିଲା ଦେହରେ ଇଞ୍ଜେକସନ ଛୁଞ୍ଚି ଭାଙ୍ଗି ରହିଯାଇଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ତାକୁ ବାହାର କରାଯାଇଥିଲା।

 

Injection-needle-broken-inside-a-small-girls-body
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories