ଅନୁଗୁଳ ବିଜେଡିରେ ଫାଟ

ଅନୁଗୁଳ: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଅଭିଯୋଗ କରି ୧୫ରୁ ଅଧିକ ସରପଞ୍ଚ ଅନୁଗୁଳ ବ୍ଲକ୍‌ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ଧାରଣାରେ ବସିଥିଲେ ୧୫ ପଞ୍ଚାୟତର ଜନପ୍ରତିନିଧି।

ଗତକାଲି ସରକାରଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରାଯାଇଥିବାବଳେ ୧୫ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇନଥିଲେ। ବିଧାୟକ ଓ ପ୍ରଶାସନିକ ଅଧିକାରୀ ସେମାନଙ୍କୁ ସୂଚନା ଦେଇନଥବା ଅଭିଯୋଗ କରିଛନ୍ତି ଏହି ସମସ୍ତ ଜନପ୍ରତିନିଧି। ସେପଟେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ମଧ୍ୟ କନ୍ଦଳ ବିଷୟରେ କିଛି କହିନାହାନ୍ତି।

You might also like